ନୂଆଦିଲ୍ଲୀ : ଯଦି ଆପଣ ଲଙ୍ଗ୍ ଡ୍ରାଇଭ କରିବାକୁ ପସନ୍ଦ କରନ୍ତି ଏବଂ ଅଫ-ରୋଡିଂ ପାଇଁ ସଉକ ରଖନ୍ତି ତେବେ ବେନେଲିର ୨୦୨୫ ଟିଆରକେ ସିରିଜ ଆପଣଙ୍କ ପାଇଁ ଦମଦାର ବିକଳ୍ପ ନେଇଆସିଛି । ବେନେଲି ଟିଆରକେ୫୦୨ ଏବଂ ବେନେଲି ଟିଆରକେ ୫୦୨ଏକ୍ସକୁ ଏବେ ଭାରତରେ ନୂଆ ଫିଚର୍ ସହିତ ଲଞ୍ଚ୍ କରିଦେଇଛି । ତେବେ ଏହାର ଦାମ୍ ସାମାନ୍ୟ ବୃଦ୍ଧି ପାଇଛି ।
ବେନେଲି ଟିଆରକେ ୫୦୨ର ଦାମ୍ ୬.୨୦ ଲକ୍ଷ ଟଙ୍କା(ଏକ୍ସ-ଶୋରୁମ୍) ରହିଛି । ସେହିଭଳି ଟିଆରକେ ୫୦୨ଏକ୍ସର ନୂଆ ଦାମ୍ ୬.୭୦ ଲକ୍ଷ ଟଙ୍କା(ଏକ୍ସ-ଶୋରୁମ୍) ରହିଛି । ଏହା ବ୍ୟତୀତ ଟିଆରକେ ୫୦୨ଏକ୍ସ(ନୂଆ ୟେଲୋ କଲର)ର ଦାମ୍ ୬.୮୫ ଲକ୍ଷ ଟଙ୍କା ରହିଛି । ଏହି ସମସ୍ତ ଦାମ୍ ଏକ୍ସ ଶୋରୁମ୍ ଦାମ୍ । ପୂର୍ବ ତୁଳନାରେ ଉଭୟ ମଡେଲର ଦାମ୍ ଏବେ ୩୫ ହଜାର ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇଛି ।
ପୁରୁଣା ଏଲସିଡି ଡିସପ୍ଲେକୁ ହଟାଇ ଏବେ ଏକ ୫ ଇଞ୍ଚର ଫୁଲ କଲର ଟିଏଫଟି ସ୍କ୍ରିନ୍ ଦିଆଯାଇଛି । ଏହା ବ୍ଲୁଟୁଥ୍ ଓ ଟର୍ଣ୍ଣ ବାଏ ଟର୍ଣ୍ଣ ନେଭିଗେସନକୁ ମଧ୍ୟ ସପୋର୍ଟ କରେ । ଏବେ ଆପଣଙ୍କ ଟାୟାର ପ୍ରେସର ମଧ୍ୟ ସ୍କ୍ରିନରେ ନଜର ଆସିବ ଯାହା ଫଳରେ ଯାତ୍ରା ସମୟରେ ଆପଣଙ୍କୁ ଚିନ୍ତାରୁ ମୁକ୍ତି ମିଳିବ । ଉଭୟ ବାଇକରେ ୫୦୦ ସିସି ଟ୍ବିନ୍ ଲିକ୍ବିଡ୍ କୁଲ୍ଡ ଇଞ୍ଜିନ ମିଳିବ ଯାହା ୪୬.୯ ବିଏଚପିର ପାଓ୍ବର ଓ ୪୬ ଏନଏମର ଟର୍କ ଉତ୍ପନ କରିବାରେ ସକ୍ଷମ ହେବ । ଏହା ୬ ସ୍ପିଡ ଗିୟରବକ୍ସ ସହିତ ଆସିଥାଏ । ଏଥିରେ ୨୦ ଲିଟରର ବଡ ଫ୍ୟୁଲ ଟ୍ୟାଙ୍କ ମିଳିବ ଯାହା ଦୂର ଯାତ୍ରା ପାଇଁ ଉତ୍ତମ ସାବ୍ୟସ୍ତ ହେବ ।



