www.samajalive.in
Saturday, December 6, 2025
23.1 C
Bhubaneswar

ଭିଡିଓରେ ଦେଖନ୍ତୁ ; ସ୍କୁଟି ରଖି ଖାଇବା ପାଇଁ ଯାଇଥିଲେ ଆଳୁଚପ୍‌, ୫ ଲକ୍ଷର ଅଳଙ୍କାର ନେଇ ଚମ୍ପଟ ମାରିଲା ଚୋର..

ପୁଣେ : ପୁଣେରୁ ଲୁଟପାତର ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଆଶ୍ଚର୍ଯ୍ୟ କରି ଦେବ । ଏକ ଲୁଟେରା ଜଣେ ବୃଦ୍ଧ ଦମ୍ପତିଙ୍କ ଠାରୁ ୫ ଲକ୍ଷ ଟଙ୍କାର ଅଳଙ୍କାର ଲୁଟି ନେଇ ଫେରାର ହୋଇଛି । ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଛି । ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଶନିଙ୍କ କୃପାରୁ ନଭେମ୍ବର ପର୍ଯ୍ୟନ୍ତ ଏହି ରାଶିଙ୍କ ଚମକିବ ଭାଗ୍ୟ, ମିଳିବ ଧନ, ଚାକିରିରେ ହେବ ଉନ୍ନତି..

- Advertisement -


ଦମ୍ପତି ବ୍ୟାଙ୍କରୁ ଫେରୁଥିବା ସମୟରେ ଲୁଟର ଶିକାର ହୋଇଛନ୍ତି । ରାସ୍ତାରେ କିଛି ଖାଇବା ପାଇଁ ହୋଟେଲରେ ଅଟକି ଥିଲେ । ସେହି ସମୟରେ ଧଳା ସାର୍ଟ ପିନ୍ଧିଥିବା ଏକ ଚୋର ସ୍କୁଟିରେ ରଖିଥିବା ବ୍ୟାଗକୁ ଚୋରି କରିବା ପାଇଁ ସୁଯୋଗ ପାଇଥିଲା । ବ୍ୟାଗ୍‌ ଚୋରି ହେବା ଦେଖି ମହିଳା ଜଣଙ୍କ ସାହାଯ୍ୟ ପାଇଁ ଚିତ୍କାର କରୁଛନ୍ତି ।
ଭାଇରାଲ ଭିଡିଓର ସିସିଟିଭି ଫୁଟେଜରେ ଦେଖିପାରିବେ, ଏକ ବୃଦ୍ଧ ଦମ୍ପତି ନିଜ ସ୍କୁଟିକୁ ରାସ୍ତାରେ ରଖୁଛନ୍ତି । ବୃଦ୍ଧା ଜଣକ ସ୍କୁଟି ନିକଟରେ ଠିଆ ହୋଇଛନ୍ତି । ତାଙ୍କ ସ୍ୱାମୀ ଆଳୁଚପ୍‌ ଆଣିବା ପାଇଁ ନିକଟରେ ଥିବା ଦୋକାନକୁ ଯାଇଛନ୍ତି । ରାସ୍ତାରେ କଡରେ ବାଇକରେ ଯାଉଥିବା ଜଣେ ବ୍ୟକ୍ତି ମହିଳାଙ୍କୁ କିଛି କହୁଥିବା ନଜର ଆସୁଛି । ସେହି ସମୟରେ ଧଳା ସାର୍ଟ ପିନ୍ଧିଥିବା ବ୍ୟକ୍ତି ଅଳଙ୍କାର ବ୍ୟାଗ୍‌ ନେଇ ସେଠାରୁ ଚମ୍ପଟ ମାରୁଛନ୍ତି ।

ଦେଖନ୍ତୁ ଭିିଡିଓ; ଜଙ୍ଗଲ ଭିତରୁ ଗାଁ ରାସ୍ତାକୁ ହଠାତ୍‌ ପଳାଇ ଆସିଲା ସିଂହ, ତା’ପରେ..

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories