www.samajalive.in
Sunday, December 7, 2025
13.1 C
Bhubaneswar

ରାସ୍ତାରେ ଯାଉଥିଲା ଗାଡ଼ିମୋଟର, ଆକାଶରୁ ଖସିଲା ମୃତ୍ୟୁ: ଭିଡିଓରେ ଦେଖନ୍ତୁ ରୁଷ ସହର ଉପରେ ରକେଟ୍‌ ମାଡ଼ର ଦୃଶ୍ୟ

ସମାଜ ଡିଜିଟାଲ ଡେସ୍କ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ୨ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଯୁଦ୍ଧ ଲାଗି ରହିଛି। ରୁଷ କେତେବେଳେ ୟୁକ୍ରେନ ଉପରେ ରକେଟ ମାଡ଼ କରୁଛି ତ ଆଉ କେତେବେଳେ ୟୁକ୍ରେନ ରୁଷର ସହର ଉପରେ ରକେଟ ବର୍ଷା କରୁଛି। ଏହା ଭିତରେ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି। ଯେଉଁଥିରେ ରୁଷର ଏକ ସହରରେ ଶୁକ୍ରବାର ରାତିରେ ହୋଇଥିବା ରକେଟ୍‌ ମାଡ଼ର ଦୃଶ୍ୟ ସାମ୍ନାକୁ ଆସିଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ, ରୁଷର ବେଲଗୋରୋଡ ସହର ରାସ୍ତାରେ ରାତ୍ରି ସମୟରେ ଯାନବାହନ ଚଳାଚଳ କରୁଛି। ଏହି ସମୟରେ ହଠାତ ଆକାଶରୁ ଖସୁଛି ମୃତ୍ୟୁ। ଅର୍ଥାତ ରାସ୍ତାରେ ଯାତାୟାତ କରୁଥିବା ଗାଡ଼ିମୋଟର ଉପରେ ହେଉଛି ରକେଟ ମାଡ଼। ଏହାର ଦୃଶ୍ୟକୁ ଜଣେ ବ୍ୟକ୍ତି ନିଜ କାରରେ ଥାଇ ରେକର୍ଡ କରିଛନ୍ତି। ଏହି ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬ ଶିଶୁଙ୍କ ସମେତ ମୋଟ ୩୭ ଜଣ ଆହତ ହୋଇଛନ୍ତି।

- Advertisement -

ରୁଷ ଦାବି କରିଛି ଯେ, ଏହା ୟୁକ୍ରେନର ଆରଏମ-୭୦ ଭାମ୍ପାୟାର ଏମଏଲଆରଏସର ରକେଟ। ଯେଉଁ ରକେଟ ଦ୍ଵାରା ଜନସାଧାରଣଙ୍କୁ ଟାର୍ଗେଟ କରାଯାଇଛି। ଅନ୍ୟପଟେ କୁହାଯାଉଛି ଯେ ରୁଷ ନିଜ ଲୋକଙ୍କ ଉପରେ ଭୁଲବଶତଃ ପନ୍ତଶିର ଏୟାର ଡିଫେନ୍ସ ସିଷ୍ଟମ ଦ୍ଵାରା କ୍ଷେପଣାସ୍ତ୍ର ମାଡ଼ କରିଛି। କିନ୍ତୁ ସତ କ’ଣ ତାହା ଏଯାଏ ସାମ୍ନାକୁ ଆସିନାହିଁ। କିନ୍ତୁ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଭିଡିଓ ପ୍ରଘଟ ହେଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories