www.samajalive.in
Friday, December 12, 2025
14.1 C
Bhubaneswar

ଦେଖନ୍ତୁ ଭିିଡିଓ; ଜଙ୍ଗଲ ଭିତରୁ ଗାଁ ରାସ୍ତାକୁ ହଠାତ୍‌ ପଳାଇ ଆସିଲା ସିଂହ, ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅଧିକାଂଶ ସମୟରେ ବନ୍ୟଜନ୍ତୁଙ୍କ ଭିଡିଓ ଭାଇରାଲ ହୋଇଥାଏ । ମାତ୍ର ନିକଟରେ ଭାଇରାଲ ହେଉଥିବା ଏହି ଭିଡିଓ ଦେଖି ସଭିଏଁ ଭୟଭୀତ ହେବା ସହ ନିଶ୍ୱାସ ଅଟକି ଯିବ। ଚିନ୍ତା କରନ୍ତୁ, ରାସ୍ତା ମଝିରେ ଗାଡି ମୋଟରରେ ଯିବା ଆସିବା କରିବା ସମୟରେ ହଠାତ୍‌ ସାମ୍ନାକୁ ଜଙ୍ଗଲର ରାଜା ସିଂହ ଆସିଯାଏ, ତେବେ ଅବସ୍ଥା କ’ଣ ହେବ।
ଭାଇରାଲ ହେବା ସହ ଚମକାଇ ଦେଉଥିବା ଏହି ଭିଡିଓରେ ସିଂହ ହଠାତ୍‌ ଜଙ୍ଗଲରୁ ଆସି ରାସ୍ତାରେ ବୁଲୁଥିବା ଦେଖାଯାଉଛି । ଏହି ସମୟରେ ରାସ୍ତାରେ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଯିବା ଆସିବା କରୁଛନ୍ତି । ସିଂହକୁ ଦେଖିବା ମାତ୍ରେ ସମସ୍ତେ ଭୟଭୀତ ହୋଇ ଯାଉଛନ୍ତି।

ଶନିଙ୍କ କୃପାରୁ ନଭେମ୍ବର ପର୍ଯ୍ୟନ୍ତ ଏହି ରାଶିଙ୍କ ଚମକିବ ଭାଗ୍ୟ, ମିଳିବ ଧନ, ଚାକିରିରେ ହେବ ଉନ୍ନତି..

- Advertisement -

କିଛି ସେକେଣ୍ଡର ଏହି ହୋସ୍‌ ଉଡାଉଥିବା ଭିଡିଓ ଗୁଜରାଟର ଗିର୍‌ ନିକଟରେ ଥିବା ଏକ ଗାଁର ବୋଲି କୁହାଯାଉଛି । ସିଂହ ଖୁବ୍‌ ମଜାରେ ରାସ୍ତାରେ ଚାଲୁ ଥିବା ଦେଖାଯାଉଛି । ସେଠାରେ ସେହି ସମୟରେ ଉପସ୍ଥିତ ଥିବା ଲୋକେ ଭୟରେ ନିଜ ଜୀବନ ବଞ୍ଚାଇବାକୁ ଶୀଘ୍ର ଶୀଘ୍ର ପଳାଉଥିବା ନଜର ଆସୁଛନ୍ତି । କିଛି ଲୋକେ ଭୟରେ ଥାଇ ମଧ୍ୟ କିଛି ସେକେଣ୍ଡର ଭିଡିଓକୁ କ୍ୟାମେରାରେ ରେକର୍ଡ କରିଛନ୍ତି । ଭିଡିଓଟି ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। କୁହାଯାଉଛି, ଯେଉଁ ରାସ୍ତାରେ ସିଂହ ଦେଖା ଯାଇଛି, ସେହି ରାସ୍ତାକୁ ଗ୍ରାମବାସୀ ମାନେ ମୁଖ୍ୟ ରାସ୍ତା ଭାବେ ପ୍ରତିଦିନ ବ୍ୟବହାର କରି ଥାଆନ୍ତି । ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି।

Hot this week

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

Related Articles

Popular Categories