www.samajalive.in
Saturday, December 6, 2025
15.1 C
Bhubaneswar

ପାରାଦୀପ ବନ୍ଦରରେ ୩ ଘାନା ନାଗରିକଙ୍କୁ ନେଇ ତନାଘନା, ହେପାଜତକୁ ନେଲା ସିଆଇଏସଏଫ

ସମାଜ ଡିଜିଟାଲ ଡେସ୍କ: ପାରାଦୀପ ବନ୍ଦରରେ ଘାନା ନାଗରିକ। ୩ ଘାନା ନାଗରିକଙ୍କୁ ନେଇ ଆରମ୍ଭ ହୋଇଛି ତନାଘନା। ରୁଷରୁ ଆସିଥିବା ଏକ ଚୀନ ଜାହାଜ ବନ୍ଦରରେ ଲାଗିବା ପରେ ଏହି ଘାନା ନାଗରିକମାନଙ୍କୁ ଠାବ କରାଯାଇଥିଲା। ଏହି ନାଗରିକମାନେ ଉକ୍ତ ଜାହାଜରେ ଲୁଚି ପଳାଇ ଆସିଥିବା ଜଣାପଡ଼ିଛି। ପାରାଦୀପ ଇମିଗ୍ରେସନ(ଆପ୍ରବାସନ) କାର୍ଯ୍ୟାଳୟ ଏ ବିଷୟରେ ଅବଗତ ହେବା ପରେ ଉକ୍ତ ଜାହାଜଟିକୁ ନୋଟିସ ଜାରି କରିଛି। କେଉଁ ଉଦ୍ଦେଶ୍ୟରେ ଏହି ନାଗରିକମାନେ ଆସିଛନ୍ତି ତାହା ଜଣାପଡ଼ି ନ ଥିବାବେଳେ ସେମାନଙ୍କୁ ଭାରତର କୌଣସି ବନ୍ଦରରେ ନ ଓହ୍ଲାଇବାକୁ ଜାହାଜକୁ ଇମିଗ୍ରେସନ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ନୋଟିସରେ ନିର୍ଦେଶ ରହିଛି। ଘଟଣାର ତଦନ୍ତ ପାଇଁ ନାଗରିକମାନଙ୍କୁ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ(ସିଆଇଏସଏଫ) ନିଜ ହେପାଜତକୁ ନେଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories