www.samajalive.in
Saturday, December 6, 2025
15.1 C
Bhubaneswar

ଶନିଙ୍କ କୃପାରୁ ନଭେମ୍ବର ପର୍ଯ୍ୟନ୍ତ ଏହି ରାଶିଙ୍କ ଚମକିବ ଭାଗ୍ୟ, ମିଳିବ ଧନ, ଚାକିରିରେ ହେବ ଉନ୍ନତି..

ନ୍ୟାୟର ଦେବତା ଶନି ଦେବଙ୍କ ଆଶୀର୍ବାଦରେ ଜୀବନରେ ଅନେକ ସଫଳତା ପ୍ରାପ୍ତି ହେବା ସହ ଲାଗି ରହିଥିବା ସମସ୍ୟା ଦୂର ହୋଇଥାଏ । ଏହି ସମୟରେ ଶନି ନିଜ ମୂଳ ତ୍ରିକୋଣ ରାଶି କୁମ୍ଭ ରାଶିରେ ବକ୍ରି ରହିଛନ୍ତି । ଏହି ଅବସ୍ଥା ୧୫ ନଭେମ୍ବର ସନ୍ଧ୍ୟା ୫ଟା ୯ମିନିଟ୍‌ ପର୍ଯ୍ୟନ୍ତ ରହିବ । ଜ୍ୟୋତିଷ ଗଣନା ଅନୁସାରେ ଏହାପରେ ଶନି ଦେବ ମାର୍ଗି ହେବେ । ଗ୍ରହଙ୍କ ଚଳନ ମାତ୍ରେ ଏହାର ପ୍ରଭାବ ସମସ୍ତ ୧୨ ରାଶି ଉପରେ ପଡିଥାଏ । ଶନିଙ୍କ ଏହି ଚଳନ ଫଳରେ ୩ ରାଶି ବ୍ୟକ୍ତି ବିଶେଷଙ୍କୁ ବିଶେଷ ଲାଭ ମିଳିବ । ଧନ-ସମ୍ପତ୍ତି ବୃଦ୍ଧି ସହ ଯେଉଁ କାମ ଆରମ୍ଭ କରିବେ ସଫଳତା ମିଳିବ । ଭାଗ୍ୟ ଚମକିବ।

ମେଷ – ଶନି ଗ୍ରହଙ୍କ ଚଳନ ମେଷ ରାଶି ବ୍ୟକ୍ତି ବିଶେଷଙ୍କ ଜାତକରେ ଆୟର ସ୍ଥାନରେ ବକ୍ରି ରହିଛନ୍ତି। ଏହି ସମୟରେ ଖୁବ୍‌ ଟଙ୍କା ରୋଜଗାର କରିବେ। ଆମଦାନୀ ବିଭିନ୍ନ ସ୍ରୋତରୁ ହେବ। ନଭେମ୍ବର ମଧ୍ୟରେ ଭୂମି କିଣିବାର ଯୋଗ ରହିଛି। ସେୟାର ମାର୍କେଟରେ ଲାଭ ମିଳିବ। ଚାକିରିରେ ପଦନ୍ନୋତି ହେବ।

ଜାଣନ୍ତୁ; ଉଷୁମ ପାଣି ନା ପାଣି? ଶରୀର ପାଇଁ କିଏ ଅଧିକ ଉପକାରୀ, ୫୬ ପ୍ରକାର ରୋଗ କରେ ଦୂର..

- Advertisement -

ଧନୁ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଲାଭ ମିଳିବ । ଜୀବନରେ ଉନ୍ନତି ହେବ । ଆୟରେ ବୃଦ୍ଧି ହେବ । ହଠାତ୍‌ ଧନ ଲାଭ ହେବ।

କୁମ୍ଭ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ରାଜଯୋଗ ରହିଛି । ଆତ୍ମବିଶ୍ୱାସ ବୃଦ୍ଧି ହେବ । ମାନ-ସମ୍ମାନ ବୃଦ୍ଧି ହେବ । ବୈବାହିକ ଜୀବନ ସୁଖମୟ ହେବ। ଜୀବନସାଥୀଙ୍କ ସହ ଉତ୍ତମ ସମୟ ଅତିବାହିତ କରିବେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories