www.samajalive.in
Saturday, December 6, 2025
14.1 C
Bhubaneswar

 ମୃତଦେହ ରଖି ବେଦାନ୍ତ ଫାଟକ ଅବରୋଧ: କ୍ଷତିପୂରଣ ଦାବି

ଭବାନୀପାଟଣା: ଲାଞ୍ଜିଗଡ ବେଦାନ୍ତ ପ୍ରକଳ୍ପରେ କାର୍ଯ୍ୟରତ ଆଇଜାକ କମ୍ପାନୀରେ କାର୍ଯ୍ୟ କରୁଥିବା ସମୟରେ ବିଷାକ୍ତ ପୋକ କାମୁଡିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେଇଛି। ମୃତକ ନର୍ଲା ଥାନା ବୁରାଟ ଗାଁର ଚୂଡ଼ାମଣି ସାହୁ (୨୮) ବୋଲି ଜଣାପଡିଛି। ବିଷାକ୍ତ ପୋକ କାମୁଡାରେ ମୃତ ଚୁଡାମଣିକୁ ପ୍ରବଳ ଜ୍ୱର ହେବାରୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନା ଏବଂ ପରେ ବିଷମକଟକ ଡ଼ାକ୍ତରଖାନାରେ ଭର୍ତ୍ତି କରାଯଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବେଦାନ୍ତ ମୁଖ୍ୟ ଫାଟକ ଆଗରେ ମୃତଦେହ ରଖି ସମ୍ପର୍କୀୟ ମାନେ ଫାଟକ ଅବରୋଧ କରିଛନ୍ତି। ଫଳରେ କମ୍ପାନୀ ଭିତରକୁ ଯାତାୟାତ ବାଧାପ୍ରାପ୍ତ ହେଇଛି। ଖବର ଲେଖାଯିବା ଯାଏଁ ଅବରୋଧ ଜାରି ରହିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories