ଚିକେନ ନ ଖାଇବାକୁ ରାଜଧାନୀବାସୀଙ୍କୁ ମେୟରଙ୍କ ଅନୁରୋଧ

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଭୁବନେଶ୍ଵରର ଆଖପାଖ ଅଞ୍ଚଳରେ ବାର୍ଡ ଫ୍ଲୁ ବ୍ୟାପିବା ଆରମ୍ଭ ହୋଇଛି। ବିଶେଷ କରି ପୁରୀ ଜିଲାର ପିପିଲି ସମେତ ଅନ୍ୟ କିଛି ଅଞ୍ଚଳରେ ବାର୍ଡ ଫ୍ଲୁ ବ୍ୟାପିଛି। ଉକ୍ତ ଅଞ୍ଚଳଗୁଡ଼ିକରୁ ରାଜଧାନୀକୁ ଚିକେନ ଯୋଗାଣ ହେଉଛି। ତେଣୁ ରାଜଧାନୀବାସୀ ଚିକେନ ନ ଖାଇବାକୁ ଅନୁରୋଧ କରିଛନ୍ତି ମେୟର ସୁଲୋଚନା ଦାସ।

prayash

ମେୟର କହିଛନ୍ତି​‌ ଯେ, ସଂକ୍ରମିତ ଅଞ୍ଚଳଗୁଡ଼ିକରୁ କୁକୁଡ଼ା ନ କିଣିବାକୁ ରାଜଧାନୀର ଦୋକାନୀମାନଙ୍କୁ ଅନୁରୋଧ କରାଯାଇଛି। ବାର୍ଡ ଫ୍ଲୁ ନ କମିବା ଯାଏ ଆଗାମୀ କିଛିଦିନ ପର୍ଯ୍ୟନ୍ତ ଭୁବନେଶ୍ଵର ବାସିନ୍ଦାମାନେ ଚିକେନ ନ ଖାଇବାକୁ ପରାମର୍ଶ ଦିଆଯାଇଛି।

kalyan agarbati

Comments are closed.