www.samajalive.in
Saturday, December 6, 2025
23.1 C
Bhubaneswar

ଜାଣନ୍ତୁ; ଉଷୁମ ପାଣି ନା ପାଣି? ଶରୀର ପାଇଁ କିଏ ଅଧିକ ଉପକାରୀ, ୫୬ ପ୍ରକାର ରୋଗ କରେ ଦୂର..

ବର୍ତ୍ତମାନ ସମୟରେ ଅଧିକାଂଶ ନିଜ ଦିନର ଆରମ୍ଭ ପାଣି ପିଇବାରୁ କରୁଛନ୍ତି । କିଛି ଲୋକେ ସକାଳୁ ଉଠିବା ପରେ ପାଣି ପିଇବାକୁ ପସନ୍ଦ କରନ୍ତି ତ କିଛି ଉଷୁମ ପାଣି ପିଅନ୍ତି । ତେବେ ଉଷୁମ ପାଣି ନା ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ କିଏ ଅଧିକ ଉପକାରୀ ଜାଣନ୍ତୁ..

ପାଣି ଶରୀରକୁ ଅନେକ ରୋଗରୁ ରକ୍ଷା କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ନିୟମିତ ୨ ରୁ ୩ ଲିଟର ପାଣି ପିଇବା ଆବଶ୍ୟକ ବୋଲି ଡାକ୍ତର ପରାମର୍ଶ ଦେଇ ଥାଆନ୍ତି।

ଯୁବକଙ୍କର ଲାଗିଲା ୩.୫୫ ଲକ୍ଷ ଟଙ୍କା ଲଟେରୀ, କିନ୍ତୁ କଲେ ଆତ୍ମହତ୍ୟା, ଜାଣନ୍ତୁ କାରଣ..

- Advertisement -

ସକାଳେ ଖାଲି ପେଟରେ ଉଷୁମ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ । ଉଷୁମ ପାଣି ପାଚନ ତନ୍ତ୍ରକୁ ସକ୍ରିୟ କରିଥାଏ । ଅନ୍ତନଳୀରେ ଥିବା ଅଦରକାରୀ ପଦାର୍ଥକୁ ବାହାର କରିବାରେ ସହାୟକ ହୋଇଥାଏ । ଏହା ଶରୀରରେ ଚର୍ବିକୁ ଜମାଟ ବାନ୍ଧିବାକୁ ଦେଇନଥାଏ । ଫଳରେ ଓଜନ ହ୍ରାସ ହେବାରେ ସହାୟକ ହୋଇଥାଏ । ଉଷୁମ ପାଣି ବୃକକ ଓ ଯକୃତକୁ ସଫା ରଖିବାରେ ସହାୟକ ହୋଇଥାଏ । ଫଳରେ ଶରୀରରେ ଥିବା ହାନୀକାରକ ପଦାର୍ଥ ଶରୀରରୁ ବାହାରକୁ ନିର୍ଗତ ହୋଇଥାଏ । ଥଣ୍ଡା ଜ୍ୱରରୁ ମଧ୍ୟ ଏହା ଶରୀରକୁ ରକ୍ଷା କରିଥାଏ।

ଜାଣନ୍ତୁ ସେପ୍ଟେମ୍ବର ମାସର ସୌଭାଗ୍ୟଶାଳୀ ରାଶି, ଗ୍ରହଙ୍କ ଚଳନ ଚମକାଇବ ଭାଗ୍ୟ,ହଠାତ୍‌ ମିଳିବ ଧନ,ସୁଖମୟ ଜୀବନ..

ମାତ୍ର ସକାଳ ସମୟରେ ଖାଲି ପେଟରେ ଥଣ୍ଡା ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ନୁହେଁ । ଏହା ପାଚନ ତନ୍ତ୍ରକୁ ସଙ୍କୁଚିତ କରିପାରେ । ଫଳରେ ପାଚନ ତନ୍ତ୍ର ଧିମା କାର୍ଯ୍ୟ କରେ । ଏହାଦ୍ୱାରା ବଦହଜମି, ଗ୍ୟାଷ୍ଟ୍ରିକ୍‌ ଓ ଏସିଡିଟି ଭଳି ସମସ୍ୟା ସୃଷ୍ଟି ହୋଇଥାଏ । ଥଣ୍ଡା ପାଣି ପିଇବା ଦ୍ୱାରା ରକ୍ତ ନଳୀ ମଧ୍ୟ ସଙ୍କୁଚିତ ହୋଇପାରେ । ଏହାଦ୍ୱାରା ରକ୍ତ ସଞ୍ଚାଳନ ଧିମା ହୋଇପାରେ । ଥଣ୍ଡା ପାଣି ଶରୀରର ତାପମାତ୍ରାକୁ କମ୍‌ କରିଥାଏ । ଫଳରେ ଶରୀରକୁ ସାଧାରଣ ତାପମାତ୍ରାରେ ରଖିବା ପାଇଁ ଅଧିକ ଶକ୍ତିର ଆବଶ୍ୟକତା ହୋଇଥାଏ । ଏହାଦ୍ୱାରା ଥକ୍କାପଣ ଅନୁଭବ ହୋଇଥାଏ।

ଦେଖନ୍ତୁ ଭିଡିଓ; ଉଡିଯିବ ହୋସ୍‌, କେମିତି ତିଆରି ହୁଏ ଏହି ଆମ୍ବ ଜୁସ୍‌..

ସକାଳେ ଖାଲି ପେଟରେ ଉଷୁମ ପାଣି ପିଇବା ଦ୍ୱାରା ଶରୀରର ବାତ, ପିତ ଓ କଫ ସନ୍ତୁଳିତ ଅବସ୍ଥାରେ ରହିଥାଏ। ଏହି ସନ୍ତୁଳନ ଶରୀରକୁ ୫୬ ପ୍ରକାର ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ । ପାଚନ ଜନିତ ସମସ୍ୟା, ମୋଟାପଣ, ହୃଦୟ ରୋଗ, ମଧୁମେହ, ଥଣ୍ଡା-ଜ୍ୱର ଓ ତ୍ୱଚା ଜନିତ ସମସ୍ୟା ଶରୀର ଠାରୁ ଦୂରେଇ ରହିଥାଏ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories