www.samajalive.in
Sunday, December 7, 2025
26.1 C
Bhubaneswar

ମହିଳା ଓ ଅସହାୟଙ୍କୁ ସେବା ଯୋଗାଉଛି ପରିକଳ୍ପନା ଓଡ଼ିଶା ସମାଜ ସେବା

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅଞ୍ଚଳରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ସହଯୋଗରେ ମହିଳା ଓ ଅସହାୟଙ୍କୁ ସେବା ଯୋଗାଉଛି ପରିକଳ୍ପନା ଓଡ଼ିଶା ସମାଜ ସେବା ସଂଗଠନ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପରିକଳ୍ପନା ଓଡ଼ିଶା ସମାଜ ସେବା ମହିଳାଙ୍କୁ ସେବା ଯୋଗାଉଛି। ଏହି ସଂଗଠନ କନ୍ୟାଦାନ, କିଶୋରୀ ବାଳିକା ସୁବିଧା, ଭିନ୍ନକ୍ଷମଙ୍କୁ ସହାୟତା, ରୋଗୀ ସେବା, ଦୁର୍ଘଟଣା ଘଟିଥିବା ପରିବାରଙ୍କୁ ସହାୟତା, ଶିଶୁମାନଙ୍କୁ ପାଠ୍ୟ ଉପକରଣ, ଖାଦ୍ୟ ସାମଗ୍ରୀ, ଅସହାୟ ପରିବାରଙ୍କୁ ସହାୟତା ଯୋଗାଉଥିବା ଜିଲା ସଂଯୋଜକ ପଦ୍ମିନୀ ହୁଈକା କହିଛନ୍ତି।

କିଛି ଦିନ ତଳେ ସୁନାଖଣ୍ଡି ଗ୍ରାମର ମୁରଲୀଧର ମାର୍ଥା ଓ ନିରୁପମାଙ୍କ ଝିଅ ରଶ୍ମିତା ମାର୍ଥାଙ୍କ ବାହାଘରରେ ଗୋଟିଏ ଏଲଇଡି ଟିଭି ଦେଇ ସହାୟତା କରିଥିବାବେଳେ ପଲମା ପଞ୍ଚାୟତ ଦୋରା ସାହି, ବାସିନ୍ଦା ଜଳନ୍ଦ୍ର କାରକା ଓ ଲଳିତାଙ୍କ ଝିଅ ଭୁବନେଶ୍ବରୀଙ୍କ ବାହାଘରରେ ମୋବାଇଲ୍ ଫୋନ୍ ପ୍ରଦାନ କରି ସହାୟତା କରିଥିଲେ। ସେହିଭଳି ପରିବାରର ରୋଜଗାରିଆ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଗରୀବ ପରିବାର ସଦସ୍ୟ ମଧ୍ୟ ସହାୟତା ପାଇଥିବା ଲୋକେ କହିଛନ୍ତି। ଏହି ପରିକଳ୍ପନା ଓଡ଼ିଶା ସମାଜ ସେବାରେ ଜିଲା ସଂଯୋଜକ ପଦ୍ମିନୀ ହୁଈକାଙ୍କ ନିର୍ଦ୍ଦେଶକ୍ରମେ ୨୫ଜଣ ସେବା କର୍ମୀ କାର୍ଯ୍ୟ କରୁଥିବାବେଳେ ପଞ୍ଚାୟତ ସଂଯୋଜକ ଭାବେ ନବଘନ ଦଣ୍ଡସେନା, ଯାଜ୍ଞସେନୀ ମହାନନ୍ଦିଆ, ଲିଙ୍ଗରାଜ କୋଟିଆ, କିଶନ କୁମାର କୌଶଲ୍ୟା ପ୍ରମୁଖ ଗାଁ ଗାଁ ବୁଲି ଲୋକଙ୍କ ପାଖରେ ପହଞ୍ଚି ସେବା ଯୋଗାଉଥିବା ଜିଲା ସଂଯୋଜିକା କହିଛନ୍ତି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories