www.samajalive.in
Sunday, December 7, 2025
23.1 C
Bhubaneswar

ଜୁନ୍‍ ରେ ଯାନବାହନ ବିକ୍ରି ୨୨.୬୨% ବଢିଛି

ନୂଆଦିଲ୍ଲୀ: ଦେଶରେ ଚଳିତ ବର୍ଷ ଜୁନ୍‍ ମାସରେ ସମୁଦାୟ ଯାନବାହନ ବିକ୍ରି ଗତବର୍ଷ ଜୁନ୍‍ ତୁଳନାରେ ୨୨.୬୨% ବୃଦ୍ଧିପାଇଛି । ତେବେ ୨୦୧୯ ଜୁନ୍‍ ତୁଳନାରେ ଏହା ୨୮.୩୨% କମ୍‍ ରହିଥିବା ଜଣାଯାଇଛି । ଏହି ମାସରେ ଦୁଇଚକିଆ ଗାଡି ବିକ୍ରି ପୂର୍ବବର୍ଷର ଜୁନ୍‍ ତୁଳନାରେ ୧୭% ବୃଦ୍ଧି ପାଇଥିବାବେଳେ ତିନିଚକିଆ ଗାଡି ୨୨%, ବ୍ୟକ୍ତିଗତ ସ୍ତରରେ ବ୍ୟବହାର ହେଉଥିବା ଯାନ ୪୩% ଏବଂ ଟ୍ରାକ୍ଟର ବିକ୍ରି ୧୪% ବୃଦ୍ଧିପାଇଛି । ସେହି ସମୟରେ ବାଣିଜ୍ୟିକ ଯାନବାହନ ବିକ୍ରି ରେକର୍ଡ ୨୩୬% ବୃଦ୍ଧି ଘଟିଛି । ଜୁନ୍‍ ମାସର ଏହି ଅଭିବୃଦ୍ଧି ଧାରା ଚଳିତ ଜୁଲାଇ ମାସରେ ମଧ୍ୟ ପରିଲକ୍ଷିତ ହେଉଥିବା ଫେଡେରେସନ ଅଫ ଅଟୋମୋବାଇଲ ଡିଲର୍ସ ଆସୋସିଏସନ୍ସ ପକ୍ଷରୁ କୁହାଯାଇଛି । ଯାନବାହନ  ଡିଲରସିପ୍‍ଗୁଡିକୁ ଏମଏସଏମଇ ପରିସରଭୁକ୍ତ କରାଯାଇଥିବାରୁ ଏଥିପାଇଁ ଏଫଏଡିଏ ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରାଯାଇଛି । ଜୁନ୍‍ ମାସର ଯାନବାହନ ବିକ୍ରି ସ୍ଥିତି ସମ୍ପର୍କରେ ପ୍ରକାଶ କରି ଏଫଏଡିଏ ସଭାପତି ଭିଙ୍କେଶ ଗୁଲାଟି କହିଛନ୍ତି, ଏହି ମାସରେ ଦେଶରେ ତାଲାବନ୍ଦ ପରବର୍ତ୍ତୀ ଡିଲରସିପ୍‍ ଖୋଲିଥିବାବେଳେ ଗ୍ରାହକଙ୍କ ନିକଟରୁ ଆଶାନୁରୂପ ଆଗ୍ରହ ଦେଖିବାକୁ ମିଳିଛି । ତେବେ ଯାନବାହନ ଶିଳ୍ପ ଏପର୍ଯ୍ୟନ୍ତ ଜଟିଳ ପରିସ୍ଥିତିରୁ ସୁଧୁରିନାହିଁ । ୨୦୧୯ ଜୁନ୍‍ ତୁଳନାରେ ଏବେ ମଧ୍ୟ ଦେଶରେ ଯାନବାହନ ବିକ୍ରି ପ୍ରାୟ ୨୮% କମ୍‍ ରହିଛି ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories