www.samajalive.in
Friday, December 5, 2025
26.1 C
Bhubaneswar

କୋଭିଡ ବର୍ଜ୍ୟ ଦୁଇମାସରେ ୪୬% ବଢିଛି

ନୂଆଦିଲ୍ଲୀ: ଚଳିତ ବର୍ଷ ଏପ୍ରିଲ ଓ ମଇ ମାସରେ ଦେଶରେ କୋଭିଡ ଜନିତ ବାୟୋମେଡିକାଲ ବର୍ଜ୍ୟବସ୍ତୁ ସର୍ବାଧିକ ପରିମାଣରେ ସୃଷ୍ଟି ହୋଇଥିବା କହିଛି ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭେରିଓମେଣ୍ଟ (ସିଏସଇ), ଇଣ୍ଡିଆ। ନିକଟରେ ସିଏସଇ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ କୋଭିଡର ଦ୍ୱିତୀୟ ଲହର ସମୟରେ ବାୟୋମେଡିକାଲ ବର୍ଜ୍ୟ ପରିମାଣ ଯଥେଷ୍ଟ ବୃଦ୍ଧିପାଇଛି। ୨୦୨୧ରେ ଦେଶରେ ଦୈନିକ ୧୩୯ ଟନ୍‍ ବାୟୋମେଡିକାଲ ବର୍ଜ୍ୟ ବାହାରୁଥିବାବେଳେ ଚଳିତ ବର୍ଷ ଦ୍ୱିତୀୟ ଲହର ସମୟରେ ଦୈନିକ ୨୦୩ ଟନ୍‍ ବର୍ଜ୍ୟବସ୍ତୁ ବାହାରିଛି, ଯାହା ପୂର୍ବବର୍ଷ ତୁଳନାରେ ୪୬% ଅଧିକ। ଏହି ବର୍ଜ୍ୟବସ୍ତୁକୁ ଉପଯୁକ୍ତ ଭାବରେ ନଷ୍ଟ କରାଯାଉନଥିବାରୁ ପରିବେଶ ଉପରେ ତାହାର ସାଂଘାତିକ ପ୍ରଭାବ ପଡିବାକୁ ଯାଉଥିବା ଏହି ରିପୋର୍ଟରେ ସତର୍କ କରିଦିଆଯାଇଛି।
ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଭାରତରେ ୨୦୧୭ରୁ ୨୦୧୯ ମଧ୍ୟରେ ଦୈନିକ ବାୟୋମେଡିକାଲ ବର୍ଜ୍ୟବସ୍ତୁ ପରିମାଣ ୫୫୯ ଟନରୁ ୬୧୯ ଟନକୁ ବୃଦ୍ଧିପାଇଛି। ସେହି ସମୟରେ ବାୟୋମେଡିକାଲ ବର୍ଜ୍ୟବସ୍ତୁ ପ୍ରକ୍ର୍ରି୍ୟାକରଣ ପରିମାଣ ୯୨.୮%ରୁ ୮୮%କୁ ହ୍ରାସ ପାଇଛି। ବିହାରରେ ୬୯ ପ୍ରତିଶତ ବାୟୋମେଡିକାଲ ବର୍ଜ୍ୟକୁ ସେହିଭଳି ଫିଙ୍ଗି ଦିଆଯାଉଥିବାବେଳେ କର୍ଣଟକରେ ୪୭% ବାୟୋମେଡିକାଲ ବର୍ଜ୍ୟ ବାହାରେ ଫିଙ୍ଗା ଯାଉଛି। ଏହି ସମୟ ମଧ୍ୟରେ ଦେଶରେ ସ୍ୱୀକୃତ ସ୍ୱାସ୍ଥ୍ୟସେବା ଯୋଗାଣକାରୀ ସଂସ୍ଥା ସଂଖ୍ୟା ୮୪,୮୦୫ରୁ ପ୍ରାୟ ଦୁଇଗୁଣ ବୃଦ୍ଧିପାଇ ୧୫୩,୮୮୫ରେ ପହଞ୍ଚିଥିଲା। ଇତିମଧ୍ୟରେ ଅଣସ୍ୱୀକୃତ ସ୍ୱାସ୍ଥ୍ୟସେବା ଯୋଗାଣକାରୀ ପ୍ରତିଷ୍ଠାନ ସଂଖ୍ୟା ୫୭,୦୧୦ରୁ ୬୬,୭୧୩କୁ ବୃଦ୍ଧିଘଟିଛି। ତାହାସହିତ ସେହି ଅନୁପାତରେ ବାୟୋମେଡିକାଲ ବର୍ଜ୍ୟବସ୍ତୁ ସୃଷ୍ଟି ପରିମାଣ ମଧ୍ୟ ବଢିଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories