www.samajalive.in
Friday, December 5, 2025
20.1 C
Bhubaneswar

ମୁହଁ ଖୋଲିଲେ ରାଜ କୁନ୍ଦ୍ରା; ପ୍ରଥମ ପତ୍ନୀଙ୍କ ବିରୋଧରେ କହିଲେ ସାଂଘାତିକ କଥା

ମୁମ୍ବଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟି ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ବିବାହ କରିବା ସମୟରେ ରାଜଙ୍କର ଅତୀତ ସମ୍ପର୍କରେ ହୁଏତ ଅନେକ ଲୋକ ବିଶେଷ କିଛି ଜାଣିନଥିଲେ। କିନ୍ତୁ ଏବେ ନିଜେ ରାଜ କୁନ୍ଦ୍ରା ତାହା ସର୍ବସାଧାରଣରେ ପ୍ରକାଶ କରିଛନ୍ତି। ଶିଳ୍ପା ତାଙ୍କର ଦ୍ୱିତୀୟ ପତ୍ନୀ। ସେ ନିଜର ପ୍ରଥମ ପତ୍ନୀଙ୍କୁ କାହିଁକି ଛାଡପତ୍ର ଦେଲେ, ସେକଥା ମଧ୍ୟ ରାଜ କହିଛନ୍ତି। ପ୍ରଥମ ପତ୍ନୀଙ୍କ ସମ୍ପର୍କରେ ସେ ଯାହା କହିଛନ୍ତି, ତାହା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବେ। ତାଙ୍କ କଥାରେ କେତେ ସତ ତାହା ଭିନ୍ନ କଥା, କିନ୍ତୁ ସେ ଜଣେ ମହିଳାଙ୍କର ଚରିତ୍ର ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବା କଥାକୁ ଅନେକ ସହଜରେ ଗ୍ରହଣ କରିପାରୁନାହାନ୍ତି।
ରାଜ କହିଛନ୍ତି, ତାଙ୍କ ପ୍ରଥମ ପତ୍ନୀ କବିତା ଏବଂ ରାଜଙ୍କ ଭିଣୋଇଙ୍କ ମଧ୍ୟରେ ସଂପର୍କ ଥିଲା ଏବଂ ରାଜଙ୍କ ମା’ ଦୁହିଁଙ୍କୁ ସେହିଭଳି ଅବସ୍ଥାରେ ଦେଖିଛନ୍ତି।

ଜଣାଯାଏ ଯେ କବିତା ଓ ରାଜ ବ୍ରିଟେନରେ ରାଜଙ୍କ ପରିବାର ଲୋକଙ୍କ ସହିତ ଏକତ୍ର ରହୁଥିଲେ ଏବଂ ସେମାନଙ୍କର ଏକ ଝିଅ ମଧ୍ୟ ରହିଛି, ଯାହାର ନାମ ଡେଲିନା କୁନ୍ଦ୍ରା। ତେବେ ରାଜ ଓ କବିତାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଲା ଏବଂ ରାଜ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କୁ ବିବାହ କଲେ। ବିବାହ ପରେ କବିତା ଗଣମାଧ୍ୟମ ନିକଟରେ ସାକ୍ଷାତକାର ଦେଇ ଅଭିଯୋଗ କରିଥିଲେ ଯେ ଶିଳ୍ପା ତାଙ୍କ ଘରକୁ ଭାଙ୍ଗି ଦେଇଛନ୍ତି। ୧୨ ବର୍ଷ କାଳ ରାଜ ଏହି ପ୍ରସଙ୍ଗ ଉପରେ ନିରବ ରହିଥିଲେ, କିନ୍ତୁ ନିକଟରେ କବିତାଙ୍କର ସେହି ପୁରୁଣା ଭିଡିଓ ସମ୍ମୁଖକୁ ଆସିବାପରେ ସେ ସବୁକିଛି ସ୍ପଷ୍ଟ କରିଦେବାକୁ ଚାହିଥିଲେ। ରାଜ କହିଛନ୍ତି ଯେ କବିତାଙ୍କର ତାଙ୍କ (ରାଜଙ୍କ) ଭିଣୋଇ ବଂଶଙ୍କ ସହିତ ସଂପର୍କ ଥିଲା। ବଂଶ ବ୍ରିଟେନରେ ବାସ କରିବା ସମୟରେ ଏହି ସଂପର୍କ ଗଢିଉଠିଥିଲା। ଥରେ ଦୁହେଁ ଆପତ୍ତିଜନକ ଅବସ୍ଥାରେ ଥିବା ସମୟରେ ରାଜଙ୍କ ମା’ ମଧ୍ୟ ଏହା ଦେଖିଛନ୍ତି। ଏହାପରେ ରାଜ କବିତାଙ୍କୁ ଛାଡପତ୍ର ଦେଇଥିଲେ। ନିଜ ପ୍ରଥମ ପତ୍ନୀଙ୍କ ଝିଅ ସମ୍ପର୍କରେ ରାଜ କହିଛନ୍ତି ଯେ ସେ ତାହା ସହିତ କଦାପି କଥା ହୋଇନାହାନ୍ତି କିମ୍ବା ହେବାକୁ ଚାହୁନାହାନ୍ତି। ସୂଚନାଯୋଗ୍ୟ ଯେ କବିତା ହେଉଛନ୍ତି ବ୍ରିଟେନସ୍ଥିତ ଜଣେ ବ୍ୟବସାୟୀଙ୍କ କନ୍ୟା ଏବଂ ୨୦୦୩ରେ ରାଜଙ୍କ ସହିତ ତାଙ୍କର ବିବାହ ହୋଇଥିଲା। ବିବାହାର ତିନିବର୍ଷ ପରେ ୨୦୦୬ରେ ସେମାନେ ପରସ୍ପରଠାରୁ ପୃଥକ ହୋଇଗଲେ। ଶେଷରେ ୨୦୦୯ରେ ରାଜ ଓ ଶିଳ୍ପା ବିବାହ କଲେ। ଏହାପରେ ରାଜ କୁନ୍ଦ୍ରା ବ୍ରିଟେନରୁ ଭାରତକୁ ଚାଲିଆସି ମୁମ୍ବଇରେ ରହୁଛନ୍ତି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories