www.samajalive.in
Saturday, December 6, 2025
23.1 C
Bhubaneswar

କୃଷିଜାତ ସାମଗ୍ରୀ ରପ୍ତାନି ୧୮% ବୃଦ୍ଧି

ନୂଆଦିଲ୍ଲୀ: କରୋନା ମହାମାରୀ ସଂକ୍ରମଣ ଜନିତ ପରିସ୍ଥିତି ସତ୍ତ୍ବେ ୨୦୨୦ ଏପ୍ରିଲରୁ ୨୦୨୧ ଫେବ୍ରୁଆରୀ ମଧ୍ୟରେ ଦେଶରୁ ୨.୭୪ ଲକ୍ଷ କୋଟି ଟଙ୍କାର କୃଷିଜାତ ଏବଂ ଆନୁଷଙ୍ଗିକ ସାମଗ୍ରୀ ରପ୍ତାନି କରାଯାଇଛି। ତାହାର ପୂର୍ବବର୍ଷ ସେହି ସମୟରେ ଏହା ୨.୩୧ ଲକ୍ଷ କୋଟି ଟଙ୍କା ଥିଲା। ଫଳରେ ଏଥିରେ ୧୮% ବୃଦ୍ଧି ଘଟିଛି। ରପ୍ତାନି କ୍ଷେତ୍ରରେ ଯେଉଁସବୁ କୃଷିଜାତ ସାମଗ୍ରୀ ବିଶେଷ ଅଭିବୃଦ୍ଧି ହାସଲ କରିଛି ସେଥିମଧ୍ୟରେ ଗହମ, ଚାଉଳ (ଅଣ-ବାସମତୀ), ସୋୟା ମିଲ, ମସଲା, ଚିନି, କପା, ତାଜା ପନିପରିବା, ପ୍ରକ୍ରିୟାକରଣ କରାଯାଇଥିବା ପନିପରିବା ଏବଂ ମଦ୍ୟଜାତୀୟ ପାନୀୟ ଅନ୍ତର୍ଭୁକ୍ତ।
ଦେଶରୁ ଗହମ ରପ୍ତାନି ଗତବର୍ଷ ତୁଳନାରେ ଉଲ୍ଲେଖନୀୟ ପରିମାଣରେ ବୃଦ୍ଧିପାଇଛି। ୨୦୧୯ ଏପ୍ରିଲରୁ ୨୦୨୦ ଫେବ୍ରୁଆରୀ ମଧ୍ୟରେ ଦେଶରୁ ୪୨୫ କୋଟି ଟଙ୍କାର ଗହମ ରପ୍ତାନି କରାଯାଇଥିବାବେଳେ ୨୦୨୦ ଏପ୍ରିଲରୁ ୨୦୨୧ ଫେବ୍ରୁଆରୀ ମଧ୍ୟରେ ଗହମ ରପ୍ତାନି ୩୨୮୩ କୋଟି ଟଙ୍କାକୁ ବୃଦ୍ଧିପାଇଛି। ନାଫେଡ ଆଫଗାନିସ୍ତାନକୁ ୫୦,୦୦୦ ଟନ ଏବଂ ଲେବାନନକୁ ୪୦,୦୦୦ ଟନ୍‍ ଗହମ ରପ୍ତାନି କରିଛି। କୋଭିଡ ସତ୍ତେ୍ୱ ବିଶ୍ୱ ଖାଦ୍ୟ ଯୋଗାଣ ଶୃଙ୍ଖଳରେ କୋୖଣସି ପ୍ରତିବନ୍ଧକ ସୃଷ୍ଟି ହେବାକୁ ନଦେଇ ଭାରତ ରପ୍ତାନି କରିଥିଲା ବୋଲି କହିଛନ୍ତି କେନ୍ଦ୍ର କୃଷି ମନ୍ତ୍ରଣାଳୟର ଜଣେ ଅଧିକାରୀ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories