www.samajalive.in
Saturday, December 6, 2025
23.1 C
Bhubaneswar

ଦେଶରେ ଦିନକରେ ୩ ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା : ଗୋଟିଏ ଦିନରେ ୩.୧୫ ଲକ୍ଷ ନୂଆ ସଂକ୍ରମିତ

ନୂଆଦିଲ୍ଲୀ: ପ୍ରତିଦିନ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ନୂଆ ରେକର୍ଡ କରିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩.୧୫ ଲକ୍ଷ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହା ଏପର୍ଯ୍ୟନ୍ତ ଯେକୋୖଣସି ରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ। ଏଥିସହିତ ଗୋଟିଏ ଦିନରେ ୨୧୦୪ ଜଣଙ୍କର ମୃତ୍ୟୁ ଘଟିଛି। ଦେଶରେ କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୧ ଲକ୍ଷ ୮୪ ହଜାର ୬୫୭କୁ ବୃଦ୍ଧିପାଇଛି। ଏହି ସମୟ ମଧ୍ୟରେ ୧,୭୮,୮୪୧ ଜଣ ସୁସ୍ଥ ହୋଇଛନ୍ତି।

ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୧୪,୮୩୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପ୍ରଥମ କରି ବିଶ୍ୱର ସମସ୍ତ ରାଷ୍ଟ୍ର ମଧ୍ୟରେ ଭାରତରେ ଦୈନିକ ସଂକ୍ରମଣ ସଂଖ୍ୟା ସର୍ବାଧିକ ସ୍ତରରେ ପହଞ୍ଚିଛି। ପୂର୍ବରୁ ଜାନୁଆରୀ ୮ ତାରିଖରେ ଆମେରିକାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୩,୦୭,୫୮୧ ରେକର୍ଡ କରାଯାଇଥିଲା।

- Advertisement -

ସୂଚନାଯୋଗ୍ୟ ଯେ ଭାରତରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଏପ୍ରିଲ ୪ ତାରିଖରେ ୧ ଲକ୍ଷ ରହିଥିବାବେଳେ ମାତ୍ର ୧୭ ଦିନ ମଧ୍ୟରେ ତାହା ଏପ୍ରିଲ ୨୧ ତାରିଖରେ ୩ ଲକ୍ଷ ଟପିଛି। ଏହି ସମୟ ମଧ୍ୟରେ ଦୈନିକ ସଂକ୍ରମଣ ୬.୭୬% ହାରରେ ବୃଦ୍ଧିପାଇଛି। ଏପରିକି ଗତ ତିନିଦିନ ମଧ୍ୟରେ ଦେଶରେ ସଂକ୍ରମଣହାର ୧୯.୨% ହୋଇଛି। ସେହିଭଳି ଆମେରିକାରେ ପ୍ରତି ୧ ନିୟୁତରେ ୯୭,୮୮୧ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି, ଯାହା ଭାରତରେ ଘଟୁଥିବା ମୃତ୍ୟୁସଂଖ୍ୟା ୧୧,୪୧୮ ତୁଳନାରେ ପ୍ରାୟ ୯ ଗୁଣ। ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ଲକ୍ଷ ୯୧ ହଜାର ୪୧୮ ରହିଛି। ତତ୍‍ସହିତ କରୋନାରୁ ୧ କୋଟି ୩୪ ଲକ୍ଷ ୫୪,୮୮୦ ସୁସ୍ଥ ହୋଇସାରିଛନ୍ତି। ଦେଶରେ ୧୩ କୋଟି ୨୩ ଲକ୍ଷ ୩୦,୬୪୪ ଜଣଙ୍କୁ  ଟିକା ଦିଆଯାଇସାରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories