ଯାନବାହାନ ଯାଞ୍ଚ; ୧୭ ହଜାର ଜରିମାନା ଆଦାୟ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଗ୍ରାମର ପ୍ରବେଶ ପଥରେ ରାୟଗଡା ପୁଲିସ ସ୍କ୍ବାଡ଼୍‌ ପକ୍ଷରୁ ଯାନବାହାନ ଯାଞ୍ଚ କରାଯାଇଛି। ପୁଲିସ ସ୍କ୍ବାଡ଼୍‌ ଏସଆଇ ବିଘେଶ୍ୱର ସାହୁ ୧୯ ଅମାନିଆ ବାଇକ ଆରୋହୀଙ୍କଠାରୁ ୧୭ହଜାର ଟଙ୍କା ଜରିମାନା ଆଦାୟ କରିଥିବା ସୂଚନା ମିଳିଛି । ଅମାନିଆ ବାଇକ ଆରୋହୀ ବିନା ହେଲମେଟରେ ବାଇକ ଚଲାଇବା, ବିନା ଡ୍ରାଇଭିଂ ଲାଇସେନ୍ସ ଓ ଦ୍ରୁତ ଗତିରେ ଗାଡି ଚାଳନା କରୁଥିବା ବାଇକ ଆରୋହୀଙ୍କ ନାମରେ ଚାଲାଣ କଟାଯାଇଛି। ବିନା ହେଲମେଟରେ ବାଇକ ଚଳାଉଥିବା ଲୋକେ ପ୍ରତ୍ୟେକଦିନ କେଉଁଠି ନା କେଉଁଠି ଦୁର୍ଘଟଣାର ସମ୍ମୁଖୀନ ହୋଇ ନିଜର ମୂଲ୍ୟବାନ ଜୀବନ ହରାଉଛନ୍ତି । ସେଥିପାଇଁ ସୁରକ୍ଷିତ ଭାବେ ଗାଡି ଚଳାଇଲେ ନିଜେ ବଞ୍ଚିବା ସହ ନିଜ ପରିବାରକୁ ବଞ୍ଚେଇ ପାରିବା। ଦ୍ରୁତ ଗତିରେ ଗାଡି ଚାଳନା ବିପଦକୁ ନିମନ୍ତ୍ରଣ ସଦୃଶ୍ୟ ବୋଲି ଅମାନିଆ ବାଇକ ଚାଳକକୁ ବୁଝାଇଥିଲେ।

Comments are closed.