ଆବଶ୍ୟକ ସାମଗ୍ରୀ
ଗାଜର – ୨ଟି
ଗୋଲମରିଚ ଗୁଣ୍ଡ – ୧ ଚାମଚ
ଲେମ୍ବୁ ରସ – ଅଳ୍ପ
କଳା ଲୁଣ – ଅଳ୍ପ
ଅଳସୀ ମଞ୍ଜି – ଅଳ୍ପ
ବିଟ – ଅଳ୍ପ (କଟା ହୋଇଥିବା)
ମୂଳା -ଅଳ୍ପ (କଟା ହୋଇଥିବା)
ପନୀର – କୋରା ହୋଇଥିବା ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗାଜରକୁ ଧୋଇ କୋରି ଦିଅନ୍ତୁ। ଏହାପରେ ବିଟ, ମୂଳା,ପନୀର ଏଥିରେ ଗୋଲମରିଚ ଗୁଣ୍ଡ, କଳା ଲୁଣ, ଲେମ୍ବୁ ରସ, ଅଳସୀ ମଞ୍ଜି ପକାଇ ଗୋଳାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପରିବା ସାଲାଡ଼। ଶୀତଦିନେ ଏହାକୁ ଖାଇବା ଦ୍ୱାରା ଶରୀରରେ ଭିଟାମିନ ଏର ଅଭାବ ଦୂର ହୋଇଥାଏ।
ପରିବା ସାଲାଡ
Popular Categories



