www.samajalive.in
Sunday, December 7, 2025
26.1 C
Bhubaneswar

କିଲୋ ପ୍ରତି ୧୨୦୦ ଏହି ପରିବାର ମୂଲ୍ୟ ; ୨ ଦିନ ମଧ୍ୟରେ ଖାଇବା ଆବଶ୍ୟକ

ପନିପରିବା ପ୍ରତ୍ୟେକଙ୍କ ଘରର ଏକ ନିତ୍ୟାବଶ୍ୟକ ଜିନିଷ। ମାତ୍ର ଅଧିକରୁ ଅଧିକ ବିଭିନ୍ନ ପ୍ରକାର ପରିବାର ମୂଲ୍ୟ କିଲୋ ପ୍ରତି ୧୦୦ ଶୁଣିଥିବେ। ମାତ୍ର କିଲୋ ପ୍ରତି ୧୨୦୦ ଟଙ୍କା ଏକ ପରିବା ବିଷୟରେ ଜାଣିଛନ୍ତି କି ? ଆଜ୍ଞା ହଁ ଏହା ସତ।
ସମ୍ଭବତଃ ଏହି ପରିବା ଦେଶର ସବୁଠାରୁ ଦାମୀ ପରିବା ଭାବେ ପରିଚିତ। ଶ୍ରାବଣ ମାସ ଠାରୁ ଏହାର ବିକ୍ରି ଆରମ୍ଭ ହୋଇଥାଏ। ଏହା କେବଳ ଦେଶର ଝାଡ଼ଖଣ୍ଡ ଓ ଛତିଶିଗଡ଼ରେ ମିଳିଥାଏ। ଏହି ୨ଟି ସ୍ଥାନରେ ଏହି ପରିବାର ନାମ ମଧ୍ୟ ଭିନ୍ନ ଭିନ୍ନ। ଏହାର ନାମ ଖୁଖଡ଼ି (ଏକ ପ୍ରକାର ଛତୁ)। ଏହାର ମୂଲ୍ୟ ୧୨୦୦ ଟଙ୍କା ପ୍ରତି କିଲୋ। ବଜାରକୁ ଆସିବା ମାତ୍ରେ ଏହା ସଙ୍ଗେ ସଙ୍ଗେ ବିକ୍ରି ହୋଇଯାଏ। କାରଣ ଏଥିରେ ଅତ୍ୟଧିକ ପରିମାଣରେ ପ୍ରୋଟିନ ରହିଛି।
ଛତିଶିଗଡ଼ରେ ଏହାକୁ ଖୁଖଡ଼ି ବୋଲି କୁହାଯାଏ। ଝାଡ଼ଖଣ୍ଡରେ ଏହାକୁ ରୁଗଡ଼ା କୁହାଯାଏ। ଏହା ଛତୁର ଏକ ପ୍ରଜାତି ବୋଲି ଜଣାଶୁଣା। ଏହା ପ୍ରାକୃତିକ ଭାବେ ଜଙ୍ଗଲରୁ ମିଳିଥାଏ। ମାତ୍ର ଏହି ପରିବାକୁ ମାତ୍ର ୨ ଦିନ ମଧ୍ୟରେ ହିଁ ପ୍ରସ୍ତୁତ କରି ଖାଇବା ଆବଶ୍ୟକ। ଛତିଶିଗଡ଼ର ବଲରାମପୁର, ସୁରଜପୁର, ସରଗୁଜା, ଉଦୟପୁର ନିକଟ କରୋବା ଜଙ୍ଗଲରେ ବର୍ଷା ଆରମ୍ଭ ହେବା ମାତ୍ରେ ଏହା ମିଳିଥାଏ। ବର୍ଷା ଆରମ୍ଭ ହେବା ପରଠାରୁ ମାତ୍ର ୨ ମାସ ଯାଏଁ ଏହା ମିଳିଥାଏ। ଏହାର ଚାହିଦା ଏତେ ଯେ ବଜାରକୁ ଆସିବା ମାତ୍ରେ ଏହା ୧୦୦୦ରୁ ୧୨୦୦ ଟଙ୍କା ମଧ୍ୟରେ ତୁରନ୍ତ ବିକ୍ରି ହୋଇଯାଏ।
ଏହା ଏକ ପ୍ରକାର ଧଳା ରଙ୍ଗର ଛତୁ। ଏହାକୁ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ପ୍ରଚୁର ପରିମାଣରେ ବୃଦ୍ଧି ହୋଇଥାଏ।
ପନିପରିବା ବ୍ୟତୀତ ଏହାକୁ ଔଷଧ ପ୍ରସ୍ତୁତି ପାଇଁ ମଧ୍ୟ ବ୍ୟବହାର କରାଯାଏ। କୁହାଯାଏ, ବର୍ଷା ହେବା ସମୟରେ ପୃଥିବୀରେ ବଜ୍ରପାତ କାରଣରୁ ଯେଉଁ ଫାଟ ସୃଷ୍ଟି ହୋଇଥାଏ। ଯାଦ୍ୱାରା ଏହି ଧଳା ରଙ୍ଗ ଛତୁ ପ୍ରାକୃତିକ ଉପାୟରେ ମିଳିଥାଏ। ପଶୁ ପାଳନ କରୁଥିବା ଲୋକେ ଏହାକୁ ଭଲ ଭାବେ ଜାଣି ଚିହ୍ନଟ କରିବା ସହ କେଉଁ ସ୍ଥାନରୁ ଏହା ମିଳିବ, ତାହା ମଧ୍ୟ ଜାଣିଥାଆନ୍ତି।

 

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories