www.samajalive.in
Saturday, December 6, 2025
19.1 C
Bhubaneswar

କାର୍ଯ୍ୟାଳୟ ପାଇଁ କିଛି ବାସ୍ତୁ ନିୟମ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘର ହେଉ କି କାର୍ଯ୍ୟାଳୟ କିଛି ନିୟମ ମାନି ଚଳିବା ଉଚିତ। ବାସ୍ତୁଶାସ୍ତ୍ରରେ ଘର ଓ କାର୍ଯ୍ୟାଳୟ ପାଇଁ ଅନେକ ନିୟମ ଉଲ୍ଲେଖ ରହିଛି। ଏହାକୁ ମାନିବା ଦ୍ବାରା ବ୍ୟକ୍ତିଗତ ଜୀବନରେ ଉନ୍ନତି ହୋଇଥାଏ। ଏହାସହ ବ୍ୟବସାୟରେ ଅନେକ ସଫଳତା ମଧ୍ୟ ମିଳିଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ, କାର୍ଯ୍ୟାଳୟରେ ସଠିକ ସ୍ଥାନ​‌ରେ ବସିବା ଦ୍ବାରା ସମସ୍ତ କ୍ଷେତ୍ରରେ ସଫଳତା ମିଳିଥାଏ। ଆସନ୍ତୁ ଜାଣିବା, କାର୍ଯ୍ୟାଳୟରେ କେଉଁ ସ୍ଥାନରେ ବସିବା ଉଚିତ ..

କାର୍ଯ୍ୟାଳୟ ମୁଖ୍ୟଙ୍କ ବସିବା ସ୍ଥାନ ତଳ ମହଲାରେ ହେବା ଅନୁଚିତ। ଏହାସହ ପ୍ରବେଶ ଦ୍ବାର ନିକଟରେ ହେବା ମଧ୍ୟ ଉଚିତ ନୁହେଁ। ତେଣୁ କାର୍ଯ୍ୟାଳୟ ମୁଖ୍ୟଙ୍କ ବସିବା ସ୍ଥାନ ସର୍ବଦା ଉଚ୍ଚ ସ୍ଥାନରେ ହେବା ଉଚିତ।

- Advertisement -

କୌଣସି କର୍ମଚାରୀ କେବେ ବି କୌଣସି ଗୃହର ଦ୍ବାର ମୁହଁରେ ବସିବା ଉଚିତ ନୁହେଁ। ଏହାସହ କାର୍ଯ୍ୟାଳୟରେ କୌଣସି କର୍ମଚାରୀଙ୍କ ମୁହାଁମୁହିଁ ବସନ୍ତୁ ନାହିଁ।

କାର୍ଯ୍ୟାଳୟରେ କେ​‌ବେ ବି ଅଧିକ ଗାଢ ରଙ୍ଗ ଦିଅନ୍ତୁ ନାହିଁ। ଏହା କର୍ମଚାରୀଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ।

ଐଶାନ୍ୟ କୋଣରେ ସର୍ବଦା ପାଣିର ବ୍ୟବସ୍ଥା କରିବା ଉଚିତ।

କାର୍ଯ୍ୟାଳୟର କୋଷାଧ୍ୟକ୍ଷ ସର୍ବଦା ଉତ୍ତର ଦିଗରେ ବସିବା ଉଚିତ। ଏହାଦ୍ବାରା ଅଧିକ ଉନ୍ନତି ହୋଇଥାଏ।

କାର୍ଯ୍ୟାଳୟର ଯେକୌଣସି ବୈଦ୍ୟୁତିକ ଉପକରଣକୁ ଆଗ୍ନେୟ କୋଣରେ ରଖିବା ଉଚିତ।

ସର୍ବଦା କାର୍ଯ୍ୟାଳୟର ଉପରିସ୍ଥ କର୍ମଚାରୀମାନେ ଦକ୍ଷିଣ ଦିଗ ଓ ଅଧସ୍ତନ କର୍ମଚାରୀମାନେ ପଶ୍ଚିମ ଦିଗରେ ବସିବା ଉଚିତ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories