www.samajalive.in
Saturday, December 6, 2025
26.1 C
Bhubaneswar

ଭ୍ରମଣ ପାଇଁ ଯୋଜନା କରୁଛନ୍ତି କି? ଯାଆନ୍ତୁ ଏହି ସ୍ଥାନକୁ

ମାର୍ଚ୍ଚ ମାସ ଆରମ୍ଭ ହେବ। ଏହି ମାସରେ ଥଣ୍ଡା ନଥାଏ କିମ୍ବା ଅତ୍ୟଧିକ ଖରାର ପ୍ରକୋପ ନଥାଏ। ପିଲାମାନଙ୍କ ପରୀକ୍ଷା ମଧ୍ୟ ସରିଯାଏ। ଏହି ସମୟରେ ଆପଣ ଯଦି ଭ୍ରମଣ ପାଇଁ ଯୋଜନା କରୁଛନ୍ତି। ଏପରି କିଛି ସ୍ଥାନ ରହିଛି, ଯେଉଁଠାକୁ ବୁଲିବାକୁ ଗଲେ ଆପଣଙ୍କୁ ଖୁବ ଆନନ୍ଦ ଲାଗିବ। ଜାଣନ୍ତୁ କେଉଁ ପର୍ଯ୍ୟଟନ ସ୍ଥାନକୁ କମ ପଇସା ଖର୍ଚ୍ଚ କରି ମଧ୍ୟ ଆପଣ ବୁଲିବାକୁ ଯାଇପାରିବେ।
ଜୟପୁର, ରାଜସ୍ଥାନ –
ସୌନ୍ଦର୍ଯ୍ୟପୂର୍ଣ୍ଣ ମହଲ ରାଜସ୍ଥାନର ମୁଖ୍ୟ ଆକର୍ଷଣ ଅଟେ। ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଏହା ଖୁବ ଆକର୍ଷିତ କରିଥାଏ। ଜୟପୁରର ରାଜସ୍ଥାନ ଗୋଲାପୀ ସହର (ପିଙ୍କ ସିଟି) ଅଟେ। ମାର୍ଚ୍ଚ ମାସ ହେଉଛି ଜୟପୁର ବୁଲିବା ପାଇଁ ଉକୃଷ୍ଟ ସମୟ। ଦିଲ୍ଲୀ ଠାରୁ ଏହା ପ୍ରାୟ ୩୦୦ କିଲୋମିଟର ଦୂରରେ ଅବସ୍ଥିତ। ଆପଣ ବସ, ଟ୍ରେନରେ ଏଠାକୁ ଯାଇପାରିବେ।
କସୋଲ, ହିମାଚଳ ପ୍ରଦେଶ-
ପ୍ରକୃତିର ସୁନ୍ଦରତା, ମନକୁ ଶାନ୍ତ କରୁଥିବା ପବନ ହିମାଚଳ ପ୍ରଦେଶର ଏକ ବିଷେଶତ୍ୱ ଅଟେ। ବୁଲିବା ପାଇଁ ଏଠାରେ ବହୁ ସ୍ଥାନ ରହିଛି। ହିମାଚଳ ପ୍ରଦେଶରେ ଥିବା କସୋଲ ଏକ ଶାନ୍ତ ଓ ମନମୁଗ୍ଧକର ପରିବେଶ ଅଟେ। ତେଣୁ ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକମାନେ ଯାଇଥାଆନ୍ତି। ଏଠାରେ ମନକୁ ଶାନ୍ତି ମିଳିବା ସହ ସମସ୍ତ କ୍ଲାନ୍ତି ଦୂର ହୋଇଥାଏ।
ଋଷିକେଶ, ଉତ୍ତରାଖଣ୍ଡ –
ଋଷିକେଶ ହେଉଛି ଭ୍ରମଣ ପାଇଁ ବେଶ ଉକୃଷ୍ଟ ଅଟେ। ଏଠାରେ ଲୋକେ ଆଡ଼ଭେନଞ୍ଚର ମଜା ନେଇଥାଆନ୍ତି। ଏହା ମଧ୍ୟ ଏକ ପ୍ରମୁଖ ଭ୍ରମଣ ସ୍ଥାନ ଅଟେ। ଦିଲ୍ଲୀ ଠାରୁ ବସରେ ଆପଣ ଏଠାକୁ ଯାଇପାରିବେ।
ଧର୍ମଶାଳା, ହିମାଚଳ ପ୍ରଦେଶ-
ହିମାଚଳ ପ୍ରଦେଶରେ ଥିବା ଧର୍ମଶାଳା ଦିଲ୍ଲୀ ଠାରୁ ପ୍ରାୟ ୪୭୫ କିଲୋମିଟର ଦୂରରେ ରହିଛି। ଏଠାରେ ବୌଦ୍ଧ ଧର୍ମର ଗୁରୁ ଦଲାଈ ଲାମାଙ୍କର ସୁନ୍ଦର ମନ୍ଦିର ଅଛି। ଏହାର ଆଖପାଖରେ ମଧ୍ୟ ବୁଲିବା ପାଇଁ ବହୁ ସ୍ଥାନ ରହିଛି। ଏଠାକୁ ଆପଣ ବସରେ ଯାଇପାରିବେ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories