www.samajalive.in
Monday, December 8, 2025
14.1 C
Bhubaneswar

ବାସ୍ତୁ ନିୟମ ; ଏହି ଦିନ କିଣନ୍ତୁ ବେଲଣା କାଠି ଓ ପେଡି

ପ୍ରତ୍ୟେକଙ୍କ ପାଇଁ ରୋଷେଇ ଘର ଖୁବ ମହତ୍ୱପୂର୍ଣ୍ଣ। ରୋଷେଇ ଘରର ସାମଗ୍ରୀ କିଣିବା ପାଇଁ କିଛି ବିଶେଷ ନିୟମ ମଧ୍ୟ ରହିଛି। ଆବଶ୍ୟକୀୟ ଜିନିଷ କିଣିବା ପୂର୍ବରୁ କିଛି କଥା ଜାଣି ରଖିବା ନିତାନ୍ତ ଆବଶ୍ୟକ। ରୋଷେଇ ଘରେ ଥିବା ବେଲଣା କାଠି ଓ ପେଡି ଘରର ସୁଖସମୃଦ୍ଧି ବୃଦ୍ଧି କରିବାରେ ବେଶ ସହାୟକ ହୋଇଥାଏ। ରୋଷେଇ ଘରେ ଏପରି କେତେକ ଜିନିଷ ରହିଛି, ଯାହା ପାଇଁ ବାସ୍ତୁର କିଛି ନିୟମ ରହିଛି। ବାସ୍ତୁର ସେହି ନିୟମକୁ ପାଳନ କଲେ ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ। ସେହିଭଳି ଏକ ଜିନିଷ ହେଉଛି ବେଲଣା କାଠି ଓ ପେଡି। ଏହାର ବ୍ୟବହାର ଠାରୁ ଆରମ୍ଭ କରି କିଣିବା ପାଇଁ କିଛି ସ୍ୱତନ୍ତ୍ର ନିୟମ ରହିଛି। ଜାଣନ୍ତୁ…..
ବାସ୍ତୁ ଅନୁଯାୟୀ, ମଙ୍ଗଳବାର ଓ ଶନିବାର ଦିନ ବେଲଣା କାଠି ଓ ପେଡି କିଣନ୍ତୁ ନାହିଁ। ଅନ୍ୟ ବାରରେ କିଣିପାରିବେ।
ବୁଧବାର ଦିନ ବେଲଣା କାଠି ଓ ପେଡି କିଣିବା ଶୁଭଙ୍କର। ଏହି ଦିନ କିଣିବା ଦ୍ୱାରା ବ୍ୟକ୍ତିଙ୍କୁ ସୁଖ-ସମୃଦ୍ଧି ପ୍ରାପ୍ତି ହୋଇଥାଏ।
ରୋଷେଇ ଘରେ ବେଲଣା କାଠି ଓ ପେଡିକୁ ଓଲଟାଇ ରଖନ୍ତୁ ନାହିଁ। ଏହାଦ୍ୱାରା ଘରେ ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ। ପେଡିକୁ ସିଧାଭାବେ ଓ କାଠିକୁ ଟାଙ୍ଗିକରି ରଖନ୍ତୁ।
ଅଟା ଓ ଚାଉଳ ଡବା ଉପରେ ବେଲଣା କାଠି ଓ ପେଡି ରଖନ୍ତୁ ନାହିିଁ। ଏହାକୁ ଅଶୁଭ କୁହାଯାଏ।
ବାସ୍ତୁ ଅନୁଯାୟୀ ରାତିରେ ଶୋଇବା ପୂର୍ବରୁ ବେଲଣା କାଠି ଓ ପେଡିକୁ ଭଲ ଭାବେ ସଫା କରନ୍ତୁ। ଅପରିଷ୍କାର ବେଲଣା କାଠି ଓ ପେଡି ବ୍ୟବହାର କରିବା ଦ୍ୱାରା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ।
କିଛି ବେଲଣା କାଠି ଓ ପେଡି ନୂଆ କିଣିବା ସମୟରେ ଏକ ପ୍ରକାର ଶବ୍ଦ ହୋଇଥାଏ। ସେଭଳି କିଣନ୍ତୁ ନାହିଁ। ଏହାଦ୍ୱାରା ପରିବାରରେ ଅଶାନ୍ତି ସୃଷ୍ଟି ହୋଇଥାଏ।
ଭଙ୍ଗା ବେଲଣା ପେଡି ଓ କାଠି ବ୍ୟବହାର କରନ୍ତୁ ନାହିଁ। ଏହାଦ୍ୱାରା ଧନହାନୀ ହେବାର ସମ୍ଭାବନା ଥାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories