ଗୃହର ବଗିଚାରେ ଥିବା ଗଛଲତା ମାନଙ୍କୁ ନିୟମିତ ପାଣି ଦେବା ଦ୍ୱାରା ଘରେ ସର୍ବଦା ମା’ଲକ୍ଷ୍ମୀଙ୍କ ବାସ ରହିଥାଏ। ସଦସ୍ୟମାନଙ୍କର ଆର୍ଥିକ ସମସ୍ୟା ଦୂର ହୋଇଥାଏ।
ବର୍ଷା ହେବା ସମୟରେ କିଛି ବର୍ଷା ପାଣି ଏକ କାଚ ପାତ୍ରରେ ଭରି ରଖିଦିଅନ୍ତୁ। ଏହା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ। ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।
ନିୟମିତ ଚାନ୍ଦିର ପାତ୍ରରେ ପାଣି ପିଇବା ଦ୍ୱାରା ମାନସିକ ଚିନ୍ତା ଦୂର ହୋଇଥାଏ। ସକରାତ୍ମକ ଶକ୍ତି ମିଳିଥାଏ। ପାରିବାରିକ ସଂପର୍କ ଉତ୍ତମ ରହିଥାଏ।
ସ୍ନାନ କରିବା ସମୟରେ ପ୍ରଥମେ ନାଭିକୁ ସ୍ନାନ କରାଇବା ଉଚିତ। ଏହା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ। ବ୍ୟକ୍ତିର ଆର୍ଥିକ ସମସ୍ୟା ଦୂର ହୋଇଥାଏ।
ପାଣିର ଗ୍ଲାସକୁ ଉପହାର ଦିଅନ୍ତୁ ନାହିଁ। ଏପରି କରିବା ଦ୍ୱାରା ଅଶୁଭ ହୋଇଥାଏ। ଜୀବନରେ ଆର୍ଥିକ ସସମ୍ୟା ଲାଗି ରହିଥାଏ।
ବାସ୍ତୁ ଅନୁଯାୟୀ, ତୁଳସୀ, କଦଳୀ, ଚମ୍ପା, ଚମେଲୀ ଆଦିକୁ ଶୁଭ ବୃକ୍ଷ କୁହାଯାଏ। କଦଳୀ ବୃକ୍ଷକୁ ଐଶାନ୍ୟ କୋଣରେ ଲଗାଇବା ଦ୍ୱାରା ଧନସମ୍ପତ୍ତି ବୃଦ୍ଧି ହୋଇଥାଏ।
କଦଳୀ ବୃକ୍ଷ ନିକଟରେ ତୁଳସୀ ଗଛ ଲଗାଇଲେ ବହୁ ଶୁଭଫଳ ପ୍ରାପ୍ତି ହୋଇଥାଏ। ଭଗବାନ ବିଷ୍ଣୁଙ୍କ ସହ ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ।
ଅଶୋକ ଓ ନଡ଼ିଆ ଗଛକୁ ବହୁତ ଶୁଭ ବୃକ୍ଷ କୁହାଯାଏ। ନିଜ ନାମ ଅନୁଯାୟୀ ଅଶୋକ ପ୍ରସନ୍ନତା ଦେଇ, ଦୁଃଖ ଦୂର କରିଥାଏ। ମାନ୍ୟତା ଅନୁଯାୟୀ, ଏହି ବୃକ୍ଷ ସଦସ୍ୟଙ୍କ ମଧ୍ୟ ସେହ୍ନଶ୍ରଦ୍ଧା ବୃଦ୍ଧି କରିଥାଏ।
ଯେଉଁ ବୃକ୍ଷର ପତ୍ର କିମ୍ବା ଫୁଲ ତୋଳିବା ସମୟରେ ସେଥିରୁ କ୍ଷୀର ଭଳି ପଦାର୍ଥ ବାହାରେ ସେହି ବୃକ୍ଷକୁ ନିଜ ବଗିଚାରେ ଲଗାନ୍ତୁ ନାହିଁ। ସେଭଳି ବୃକ୍ଷ ଥିଲେ ଧନସମ୍ପତ୍ତି କ୍ଷୟ ହୋଇଥାଏ।



