www.samajalive.in
Monday, December 15, 2025
15.1 C
Bhubaneswar

ଜାଣନ୍ତୁ ବାସ୍ତୁରେ ଶାସ୍ତ୍ରରେ ଗୋଲମରିଚର ବିଶେଷତ୍ୱ!

ରୋଷେଇ ଘରର ମସଲା ଭିତରେ ଗୋଲମରିଚ ଏପରି ଏକ ଉପାଦାନ ଯାହାର ଔଷଧୀୟ ଗୁଣ ସାଙ୍ଗକୁ ରହିଛି ଧାର୍ମିକ ଗୁଣ । ଏହା ପ୍ରାୟତଃ ସମସ୍ତଙ୍କୁ ଜଣା ନଥାଏ । ମାତ୍ର ବାସ୍ତୁଶାସ୍ତ୍ର ଅନୁଯାୟୀ ଗୋଲମରିଚ ମନୁଷ୍ୟର ନିତିଦିନିଆ ଜୀବନରେ ବହୁ ପ୍ରଭାବ ପକାଇଥାଏ ।
ଆମେ ଅନେକ ସମୟରେ କହିଥାଉ ଯେ ଆଜି କାମଟା ହେଇପାରିଲା ନାହିଁ କିମ୍ବା କାମଟି କେତେଦିନ ହେଲାଣି ଅଟକି ରହିଛି ମାତ୍ର ତାହା ପୂରା ହୋଇପାରୁନାହିଁ । ଏହି ସବୁ ସମସ୍ୟାର ସମାଧାନ କରିବ ଆପଣଙ୍କ ରୋଷେଇ ଘରେ ଥିବା ଗୋଲମରିଚ । ତେବେ ଆସନ୍ତୁ ଜାଣିବା କିପରି ଗୋଲମରିଚକୁ ବ୍ୟବହାର କରି ଏହି ସମସ୍ୟାରୁ ମୁକ୍ତି ପାଇପାରିବା ।
ଏହି ସମସ୍ୟାରୁ ନିଜ ଠାରୁ ଦୂର କରିବାକୁ ହେଲେ ଏକ ସହଜ ଉପାୟକୁ ଆପଣାନ୍ତୁ । ଘରୁ ବାହାରିଲା ବେଳେ ମୁଖ୍ୟ ଦ୍ୱାରରେ କିଛି ଗୋଲମରିଚ ରଖି ତା’ଉପରେ ପାଦ ରଖି କାମକୁ ଯାଆନ୍ତୁ । ଦେଖିବେ କାମରେ ସଫଳତା ନିଶ୍ଚୟ ମିଳିବ ।
ଧନ ସମ୍ପତ୍ତିର ବୃଦ୍ଧି ନିମନ୍ତେ ପାଞ୍ଚଟି ଗୋଲମରିଚକୁ ନିଜ ମୁଣ୍ଡ ଉପରେ ବୁଲାଇ ବାହାକୁ ଯାଇ ୪ ଦିଗରେ ୪ଟି ପକାଇ ୧ଟିକୁ ଆକାଶକୁ ଚାହିଁ ପକାଇ ଦିଅନ୍ତୁ ଓ ପଛକୁ ନ ଚାହିଁ ଘରକୁ ଆସନ୍ତୁ । ଦେଖିବେ କିଛି ଦିନ ପରେ ଧନ ସମ୍ପତ୍ତିର ବୃଦ୍ଧି ହେବ ।
ଘରେ ଦୀପ ଲଗାଇ କିଛି ଗୋଲମରିଚ ସେଥିରେ ପକାଇ ଘରର ଏକ କୋଣରେ ରଖନ୍ତୁ । ଏହା ଦ୍ୱାରା ଘରେ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରିବ ନାହିଁ ।
କିଛି କଳା କପଡ଼ାରେ ଗୋଲମରିଚ ଓ ପଇସା ରଖି ଦାନ ଦିଅନ୍ତୁ ,ଏହା ଦ୍ୱାରା ଶନି ଦଶା ମଧ୍ୟ କଟିଥାଏ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories