ନକ୍ସଲ ଭୟରେ ଗାଁ ଛାଡିଲେ ଦୁଇ ପରିବାର
ଚିତ୍ରକୋଣ୍ଡା/ମାଲକାନଗିରି: ମାଲକାନଗିରି ଜିଲା ବିଚ୍ଛିନ୍ନଅଞ୍ଚଳର ଆଲିମପଡାର ୨ଟି ପରିବାର ଗ୍ରାମ ଛାଡିଥିବା ସୂଚନା ମିଳିଛି। ମାଓ ଭୟରେ ୨ଟି ପରିବାର ଭିଟାମାଟି ଛାଡିଥିବା ଜଣାପଡ଼ିଛି। ୨ଟି ପରିବାର ର ୯ଜଣ ସଦସ୍ୟ ଗ୍ରାମ ଛାଡି ବର୍ତ୍ତମାନ କୁଡୁମୁଲୁଗୁମା ଚାଲିଆସିଛନ୍ତି । ଗୋଟିଏ ପରିବାର କୁଡୁମୁଲୁ ଗୁମା ଡିଡାଇ ବାସସ୍ଥଳୀରେ ରହୁଥିବା ବେଳେ ଅନ୍ୟ ଏକ ପରିବାର ନିଜ ସମ୍ପର୍କୀୟଙ୍କ ଘରେ ଅଛନ୍ତି । ଦୁଇଟି ପରିବାରର ମୁଖିଆ ହେଲେ ଶଙ୍କର ମୁଦୁଲି ଓ ସୀମା ହାନ୍ତାଳ । ମାଓ ଭୟରେ ଏହି ଦୁଇ ପରିବାର ଗ୍ରାମ ଥିବା ଜଣା ପଡିଛି।