www.samajalive.in
Sunday, December 7, 2025
26.1 C
Bhubaneswar

ଉଜ୍‍ବେକିସ୍ତାନ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ : ଭାରତ ଗସ୍ତରେ ଆସିଥିବା ଉଜ୍‍ବେକିସ୍ତାନ ରାଷ୍ଟ୍ରପତି ଶାବ୍‍କତ୍‍ ମିର୍ଜିୟୋୟେବଙ୍କୁ ସୋମବାର ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶ୍ରୀ ମିର୍ଜିୟୋୟେବ୍‍ କହିଛନ୍ତି, ଉଜ୍‍ବେକିସ୍ତାନର ଲୋକମାନଙ୍କ ହୃଦୟରେ ଭାରତ ପ୍ରତି ଏକ ସ୍ୱତନ୍ତ୍ର ସମ୍ମାନ ରହିଛି । ସେ କହିଛନ୍ତି ବର୍ତ୍ତମାନ ଭାରତ ଏକ ଦ୍ରୁତ ପ୍ରଗତି ହାସଲକାରୀ ରାଷ୍ଟ୍ର ଓ ବିଶ୍ୱ ସ୍ତରରେ ଏକ ଶକ୍ତିଶାଳୀ ରାଷ୍ଟ୍ରଭାବେ ଉଭା ହେଉଛି । ଶ୍ରୀ ମିର୍ଜିୟୋୟେବ୍‍ ରାଜଘାଟ ଯାଇ ଜାତିର ଜନକ ମହାତ୍ମାଗାନ୍ଧିଙ୍କ ସ୍ମାରକୀ ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ପ୍ରତିନିଧି ସ୍ତରୀୟ କଥାବାର୍ତ୍ତା କରିଛନ୍ତି । ଏହି କଥାବାର୍ତ୍ତା ପରେ ଦୁଇ ଦେଶ ମଧ୍ୟରେ ଅନେକ ରାଜିନାମା ସ୍ୱାକ୍ଷରିତ ହେବ । ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ୍‍. ଭେଙ୍କୟା ନାଇଡୁଙ୍କୁ ମଧ୍ୟ ସାକ୍ଷାତ୍‍ କରିବେ । ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହ ତାଙ୍କର ସାକ୍ଷାତ୍‍ ଆଲୋଚନା ହୋଇଛି । ସୂଚନାଯୋଗ୍ୟ ଭାରତ ଓ ଉଜ୍‍ବେକିସ୍ତାନ ମଧ୍ୟରେ ସମ୍ପର୍କ ପାରମ୍ପରିକ ଭାବେ ବନ୍ଧୁତାପୂର୍ଣ୍ଣ ଓ ଘନିଷ୍ଠ ରହିଆସିଛି । ୨୦୧୧ ମସିହାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଭାଗିଦାରୀ ସମ୍ପର୍କକୁ ଉନ୍ନିତ ହୋଇଛି । ଦୁଇ ନେତାଙ୍କ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ, ଉନ୍ନୟନମୂଳକ ସହଯେଗ, ଶିକ୍ଷା, ପୁନଃ ନବୀକରଣ ଶକ୍ତି, ସଂଯୋଗ ଓ ପର୍ଯ୍ୟଟନ ଆଦି କ୍ଷେତ୍ରରେ ସହଯୋଗପାଇଁ ଗଠନମୂଳକ କଥାବାର୍ତ୍ତା ହୋଇଛି ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories