ଡେରାଡୁନ୍ : ଉତ୍ତରାଖଣ୍ଡର ଉତ୍ତରକାଶୀରେ ମଙ୍ଗଳବାର ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି । ପାହାଡିଆ ଅଞ୍ଚଳରେ ବାଦଲଫଟା ବର୍ଷା କାରଣରୁ ଭୂସ୍ଖଳନ ସହ ଧସିଲା ପାହାଡ । ପାଣି ମାଡି ଆସିବା ଫଳରେ କିଛି ଲୋକେ ଭାସି ଯାଇଥିବା ସୂଚନା ମିଳିଛି । ଗଙ୍ଗୋତ୍ରୀ ଧାମ ଓ ମୁଖବା ନିକଟରେ ସ୍ଥିତ ଧରାଲୀ ଗାଁରେ ବାଦଲ ଫଟା ବର୍ଷା ପରେ ପାଣି ମାଡି ଆସିଛି । ପାଣି ଖୁବ୍ ଜୋରରେ ମାଡି ଆସିବାରୁ ତଳିଆ ଅଞ୍ଚଳକୁ ଭସାଇ ନେଇଥିବା ଖବର ମିଳିଛି । ଅନେକ ଘର ଏଥିରେ କ୍ଷତିଗ୍ରସ୍ତ ହେବା ସହ କିଛି ଲୋକେ ଭାସି ଯାଇଛନ୍ତି । ଘଟଣା ଉପରେ ନଜର ରଖାଯିବା ସହ ସତର୍କ ସୂଚନା ଜାରି କରାଯାଇଛି । ଏଯାଏଁ ଜୀବନହାନୀ ନେଇ କୌଣସି ସୂଚନା ମିଳି ନାହିଁ ।
Water will always find a way, best is to stay away from it. Look natures fury in Uttrakashi, where instant flooding in Khir Ganga river just happened. pic.twitter.com/rXfowHC7Rq
— Parveen Kaswan, IFS (@ParveenKaswan) August 5, 2025
ପ୍ରଭାବିତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଉତ୍ତରାଖଣ୍ଡ ଓ ହିମାଚଳପ୍ରଦେଶ ଭଳି ପାହାଡିଆ ରାଜ୍ୟରେ ପ୍ରବଳ ବର୍ଷା ଓ ବାଦଲଫଟା ବର୍ଷାର ଅନେକ ଘଟଣା ସାମ୍ନାକୁ ଆସୁଛି । ଏହି କାରଣରୁ ଅନେକ ଲୋକଙ୍କ ଜୀବନହାନୀ ସହ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି।
ଆଉ ଅଳ୍ପ ଦିନ.. ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ, ଏହି ୩ ରାଶିଙ୍କୁ ମିଳିବ ବଡ ଲାଭ, ହେବ ବିବାହ, ଚମକିବ ଭାଗ୍ୟ..



