www.samajalive.in
Tuesday, December 9, 2025
16.1 C
Bhubaneswar

୧୯୦କୋଟି ଭ୍ୟୁ ଦେଇ ରେକର୍ଡ କଲେ ଦୀପିକା

ସମାଜ ଡିଜିଟାଲ ଡେସ୍କ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଫିଲ୍ମ ଇଣ୍ଡଷ୍ଟ୍ରୀର ସବୁଠାରୁ ଜଣାଶୁଣା ଚେହେରା । ତାଙ୍କର ଦମଦାର ଅଭିନୟ ପାଇଁ ଦର୍ଶକଙ୍କଠାରୁ ଅନେକ ପ୍ରଶଂସା ସାଉଁଟିଛନ୍ତି । ତେବେ ଅଭିନୟ ବ୍ୟବତୀ ଦୀପିକା ଏବେ ଆଉ ଏକ ନୂଆ ରେକର୍ଡ କରିଛନ୍ତି । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟ୍ରାଗ୍ରାମରେ ଦୀପିକାଙ୍କ ରିଲ୍ସ ଭିଡ଼ିଓ ସବୁଠାରୁ ଅଧିକ ଲୋକପ୍ରିୟ ହେବା ସହ ସବୁଠୁ ଅଧିକ ଦର୍ଶକ ଦେଖିଛନ୍ତି । ଦୈନିକ ନିଜର ବିଭିନ୍ନ ପ୍ରୋଜେକ୍ଟ ଏବଂ ବ୍ୟକ୍ତିଗତ ଜୀବନ ବିଷୟରେ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଅପଡେଟ୍‍ ଦେଇଥାନ୍ତି । ଦୀପିକାଙ୍କର ଇନଷ୍ଟାଗ୍ରାମରେ ୮୦ମିଲିୟନ୍‍ ଫଲୋଅର୍ସ ରହିଛନ୍ତି ଏହା ସହିତ ତାଙ୍କର ଗୋଟିଏ ରିଲ୍ସ ୧.୯ବିଲିୟନ ଭ୍ୟୁ ଅତିକ୍ରମ କରିଛି, ଯାହାକି ବିଶ୍ୱରେ ସର୍ବାଧିକ ଦେଖାଯାଇଥିବା ରିଲ୍ସ ହୋଇଛି । ଆପଣଙ୍କୁ କହି ରଖୁଛୁ ଯେ ଏହି ରିଲରେ ଦୀପିକା ପାଦୁକୋନ୍‍ ଏକ ହୋଟେଲର ପ୍ରମୋସନ କରୁଥିବାରୁ ଦେଖାଯାଇଛି । ଏହି ପ୍ରମୋସନାଲ୍‍ ଭିଡ଼ିଓକୁ ଲୋକାମାନେ ଏତେ ଥର ଦେଖିଥିଲେ ଯେ ଦୀପିକା କିଛି ସମୟ ମଧ୍ୟରେ ଇତିହାସ ସୃଷ୍ଟି କରିଥିଲେ । ଦୀପିକାଙ୍କ ପ୍ରତିଟି ପୋଷ୍ଟକୁ ଦର୍ଶକ ବେଶ ଲାଇକ୍‍ କରିଥାନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories