www.samajalive.in
Sunday, December 7, 2025
14.1 C
Bhubaneswar

ଇସ୍ତଫା ଦେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ

ଡେରାଡୁନ: ଉତ୍ତରାଖଣ୍ଡରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ଭିତରେ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ ମଙ୍ଗଳବାର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଅପରାହ୍ନ ୩ଟାରେ ସେ ସାମ୍ବାଦିକ ସମ୍ମିଳନୀ କରିବାର ଥିଲା। କିନ୍ତୁ ଏଥିରେ ସେ ପରିବର୍ତ୍ତନ କରି ପ୍ରଥମେ ରାଜଭବନକୁ ଯାଇ ରାଜ୍ୟପାଳ ବେବୀରାଣୀ ମୌର୍ଯ୍ୟଙ୍କୁ ଭେଟି ନିଜର ଇସ୍ତଫାପତ୍ର ଦେଇଛନ୍ତି।

ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ ସାମ୍ବାଦିକ ସମ୍ମିଳନୀ କରି ଏ ସମ୍ପର୍କରେ ଘୋଷଣା କରିଛନ୍ତି। ଏଥିରେ ସେ କହିଛନ୍ତି, ମୁଁ ଦୀର୍ଘ ସମୟ ଧରି ରାଜନୀତି କରୁଛି। ୪ ବର୍ଷ ଧରି ଦଳ ମୋତେ ମୁଖ୍ୟମନ୍ତ୍ରୀ ଭାବେ ସେବା କରିବାର ସୁଯୋଗ ଦେଲା। ମୁଁ କେବେ ମୁଖ୍ୟମନ୍ତ୍ରୀ ହେବି ବୋଲି ଭାବି ନ ଥିଲି। ବିଜେପି ମୋତେ ଏହି ସୁଯୋଗ ଦେଲା। ଦଳ ଏବେ ନିଷ୍ପତ୍ତି ନେଲା ଯେ ମୁଖ୍ୟମନ୍ତ୍ରୀ ଭାବେ ସେବା କରିବାର ସୁଯୋଗ ଅନ୍ୟ କାହାକୁ ଦିଆଯିବା ଦରକାର। ମୋ ଇସ୍ତଫା ଦଳର ସାମୁହିକ ନିଷ୍ପତ୍ତି। କାଲି ନୂଆ ନେତା ଚୟନ ହେବେ ବୋଲି ତ୍ରିଭେନ୍ଦ୍ର କହିଛନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories