ହରିଦ୍ୱାର : ଉତ୍ତରାଖଣ୍ଡ ଗଙ୍ଗୋତ୍ରୀ ରାଜପଥ ଉପରେ ନିର୍ମିତ ଏକ ପୋଲ ରବିବାର ଭୁଶୁଡି ପଡିଛି। ଫଳରେ ପୋଲର ଦୁଇ ପାର୍ଶ୍ବରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଏପରିକି ଏହି ପୋଲ ଉପରେ ନିର୍ଭର କରୁଥିବା ବଦ୍ରିନାଥ ଶ୍ରଦ୍ଧାଳୁଙ୍କୁ ହଇରାଣ ହେବାକୁ ପଡିଛି। ଆସି ଗଙ୍ଗା ନଦୀ ଉପରେ ଉକ୍ତ ପୋଲଟି ନିର୍ମିତ ହୋଇଥିଲା। ପୋଲଟି ପୁରୁଣା ହୋଇଯାଇଥିବାବେଳେ ଏହା ଉପରେ ଭାରି ଯାନଗୁଡିକ ଯାତାୟାତ କରୁଥିବାରୁ ଏହା ଭୁଶୁଡି ପଡିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଜିଲା ପ୍ରଶାସନ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।
Popular Categories



