www.samajalive.in
Sunday, December 14, 2025
23.1 C
Bhubaneswar

ଚାଷୀଙ୍କ ଉପରେ ପୁଲିସ୍‌ର ଲାଠିଚାର୍ଜ, ୧୦ ଆହତ

ଭାବନଗର : ଗୁଜରାଟର ଭାବନଗରଠାରେ ପ୍ରସ୍ତାବିତ ଏକ ସରକାରୀ ତାପଜ ବିଦ୍ୟୁତ କେନ୍ଦ୍ର ପାଇଁ ଜମି ଅଧିଗ୍ରହଣକୁ ବିରୋଧ କରୁଥିବା ଚାଷୀଙ୍କ ଉପରେ ପୁଲିସ୍‌ ଲାଠିଚାର୍ଜ କରିବା ସହ ଲୁହ ବୁହା ଗ୍ୟାସ ମାଡ଼ କରିଛି। ଏଥିରେ ୧୦ ଚାଷୀ ଆହତ ହୋଇଛନ୍ତି । ପୁଲିସ୍‌ ୬୦ ଜଣ ଚାଷୀଙ୍କୁ ଗିରଫ କରିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ୭୦୦ ପୁଲିସ୍‌ କର୍ମୀଙ୍କୁ ମୁତୟନ କରାଯାଇଛି ବୋଲି ଡିଏସ୍‌ପି ସୂଚନା ଦେଇଛନ୍ତି । ପ୍ରକାଶ ଯେ ସରକାରୀ ତାପଜ ବିଦ୍ୟୁତ୍‌ କେନ୍ଦ୍ର ପ୍ରତିଷ୍ଠା ପାଇଁ ରବିବାର ଭାବନଗରର ଧୋଧାଠାରେ ଜମି ଅଧିଗ୍ରହଣ ହେବାର ଥିଲା । ଏହାକୁ ପୂର୍ବରୁ ଚାଷୀ ବିରୋଧ କରି ଆସୁଥିଲେ । ରବିବାର ପୁଲିସ୍‌ ଓ ତାପଜ ବିଦ୍ୟୁତ୍‌ କେନ୍ଦ୍ର ଅଧିକାରୀ ଜମି ଅଧିଗ୍ରହଣ ପାଇଁ ପହଞ୍ଚିବା ପରେ ୧୨ଟି ଗ୍ରାମର ଚାଷୀ ସେଠାରେ ପହଞ୍ଚି ଏହାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଫଳରେ ପୁଲିସ୍‌କୁ ଲାଠିଚାର୍ଜ କରିବାକୁ ପଡିଥିଲା ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories