www.samajalive.in
Sunday, December 14, 2025
19.1 C
Bhubaneswar

ମା’ ସମଲେଶ୍ୱରୀ ରାଜ୍ୟସ୍ତରୀୟ ଚେସ୍‍ :ରାଜେଶ ଚମ୍ପିଆନ, ମନୀଷ ଦ୍ୱିତୀୟ, ଜଗଦୀଶ ତୃତୀୟ

ସମ୍ବଲପୁର: ସମ୍ବଲପୁର ଜିଲା ଚେସ୍‍ ଆସୋସିଏସନ ସହଯୋଗରେ ପୂର୍ବତଟ ରେଳବାଇ ସ୍ପୋର୍ଟ୍ସ ଆସୋସିଏସନ ପକ୍ଷରୁ ସ୍ଥାନୀୟ ରେଳ ନଗର ସ୍ଥିତ ଅଫିସର୍ସ କ୍ଲବରେ ତିନି ଦିନ ବ୍ୟାପୀ ଚାଲିଥିବା ମା’ ସମଲେଶ୍ୱରୀ ନିଖିଳ ଓଡ଼ିଶା ଓପନ ଚେସ୍‍ ଟୁର୍ଣ୍ଣାମେଣ୍ଟ ଉଦ୍‍ଯାପିତ ହୋଇଯାଇଛି। ପ୍ରତିଯୋଗିତାରେ ମୋଟ ୮ ପଏଣ୍ଟ ହାସଲ କରି ପୁରୀର ରାଜେଶ ନାୟକ ଚମ୍ପିଆନ ହୋଇ ୧୦ ହଜାର ଟଙ୍କାର ପୁରସ୍କାର ଓ ଟ୍ରଫି ହାସଲ କରିଛନ୍ତି। ଖୋର୍ଦ୍ଧାର ମନୀଷ କୁମାର ୭.୫ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହି ୬ ହଜାର ଟଙ୍କାର ପୁରସ୍କାର ସହ ଟ୍ରଫ ଓ ପୁରୀର ଜଗଦୀଶ ବାରିକ ୭.୫ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହି ୪ ହଜାର ଟଙ୍କାର ପୁରସ୍କାର ରାଶି ଲାଭ କରିଛନ୍ତି। ସେହିପରି ପୁରୀର ରୁଦ୍ରନାରାୟଣ, ଖୋର୍ଦ୍ଧାର ସମ୍ବିତ ପଣ୍ଡା, କିଟ୍‍ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ରାପଡ଼ାର ସ୍ମାରକୀ ମହାନ୍ତି, ଖୋର୍ଦ୍ଧାର ସ୍ୱପ୍ନିଳ ପ୍ରିୟଦର୍ଶୀ, ଖୋର୍ଦ୍ଧାର ଦାଶରଥି ସାହୁ, ସୁନ୍ଦରଗଡ଼ର ପି.କେ. ବିହାରୀ, ପୁରୀର ଆଲୋକଜିତ ସାହୁ, ବଲାଙ୍ଗିରର ଅଜୟ ଦର୍ଜୀ ୭ ପଏଣ୍ଟ ଲେଖାଏ ସହ ୪ର୍ଥରୁ ୧୧ଶ ସ୍ଥାନ ହାସଲ କରି ପୁରସ୍କୃତ ହୋଇଛନ୍ତି।

ପୁରସ୍କାର ବିତରଣ ଉତ୍ସବରେ ରେଳବାଇର ଡିଆରଏମ୍‍ (ସମ୍ବଲପୁର) ଡ. ଜୟଦୀପ ଗୁପ୍ତା ମୁଖ୍ୟଅତିଥି, ଏଡିଆରଏମ୍‍ ଏଲ୍‍.ଭି.ଏସ୍‍.ଏସ୍‍ ପାଟ୍ରୁଡୁ, ସମ୍ବଲପୁର ଜିଲା ଚେସ୍‍ ସଂଘ ସଭାପତି ରାଜୀବ କୁମାର ନନ୍ଦ, ସିନିୟର ଡିଓଏମ୍‍ ତଥା କ୍ରୀଡ଼ା ଅଧିକାରୀ ମିଲିନ୍ଦ ହିରୱେ, ପୂର୍ବତଟ ରେଳବାଇ କର୍ମଚାରୀ ସଂଘ (ଡବ୍ଲୁଡବ୍ଲୁଓ)ର ସଭାପତି ମୋନିକା ଗୁପ୍ତା, ଉପସଭାପତି ସ୍ୱର୍ଣ୍ଣଲତା ପାଟ୍ରୁଡୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories