www.samajalive.in
Sunday, December 14, 2025
14.1 C
Bhubaneswar

ସିଫାର ୩୧ତମ ସ୍ୱନକ୍ଷତ୍ର ଦିବସ ପାଳିତ

ପିପିଲି: କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା ( ସିଫା)ର ୩୧ତମ ସ୍ୱନକ୍ଷତ୍ର ଦିବସ ରବିବାର ସମାରୋହରେ ପାଳିତ ହୋଇଯାଇଛି ।

ଏହି ଅବସରରେ ଆୟୋଜିତ ସଭାରେ ସିଫାର ନିର୍ଦ୍ଦେଶକ ଡ଼ଃ ଜିତେନ୍ଦ୍ର କୁମାର ସୁନ୍ଦରାୟ ଅଧ୍ୟକ୍ଷତା କରିଥିଲେ । ଦେଶରେ ଜଳକୃଷିର ବିକାଶ ନିମନ୍ତେ ସିଫାର ଅବଦାନ ସଂପର୍କରେ ଆଲୋକପାତ କରିବା ସହ ୧୯୮୭ ମସିହା ଅପ୍ରେଲ ୧ ତାରିଖରେ ଏହି ଅନୁଷ୍ଠାନ ଆତ୍ମପ୍ରକାଶ କରିଥିବା ସଂପର୍କରେ ସୂଚନା ଦେଇଥିଲେ । ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ସମାଜସେବାରେ ବ୍ରତୀ ହୋଇ ସିଫାରେ ହୋଇଥିବା ଗବେଷଣାକୁ ସାଧାରଣ ଲୋକଙ୍କ ପାଖରେ ଶିକ୍ଷା ମାଧ୍ୟମରେ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ଼ଃ ଇଶାନ ପାତ୍ର ଯୋଗଦେଇ ମଧୁରଜଳ କୃଷିର ସମସ୍ତ ବୈଜ୍ଞାନିକ ଉପଲବ୍ଧିର ଶ୍ରେୟ ସିଫାର ସମସ୍ତ କର୍ମଚାରୀଙ୍କର ବୋଲି ପ୍ରକାଶ କରିଥିବା ବେଳେ ଜାତୀୟ କୃଷି-ମହିଳା ଅନୁଷ୍ଠାନର ନିର୍ଦ୍ଦେଶକ ଡ଼ଃ ଏସ୍‍.କେ ଶ୍ରୀବାସ୍ତବ, ସିଫାର ବରିଷ୍ଠ ପ୍ରଶାସନିକ ଅଧିକାରୀ ଆଇ.ବି କୁମାର, ବିତ୍ତ ଅଧିକାରୀ ଏନ୍‍.ଭି.ଆର୍‍.ଏନ୍‍ ମୂର୍ତ୍ତୀ ପ୍ରମୁଖ ମଧୁରଜଳ କୃଷିର ବିକାଶ କ୍ଷେତ୍ରରେ ସିଫାର ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ ।

Hot this week

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

Related Articles

Popular Categories