www.samajalive.in
Monday, December 15, 2025
24.1 C
Bhubaneswar

ଆଜି ଉତ୍ତରାଖଣ୍ଡ ବିଜେପିର ନୂଆ ନେତା ନିର୍ବାଚନ

ଡେରାଡୁନ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ତ୍ରିବେନ୍ଦ୍ର ସିଂହ ରାୱତ। ମଙ୍ଗଳବାର ଅପରାହ୍ଣରେ ସେ ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟଙ୍କୁ ଭେଟି ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ରାଜ୍ୟ ବିଜେପିରେ ରହିଥିବା ଗୋଷ୍ଠୀ କନ୍ଦଳ ଯୋଗୁଁ ତାଙ୍କୁ ପଦଚ୍ୟୁତ କରିବା​‌ ପ‌ାଇଁ ଗତ କିଛି କାଳ ହେଲା ଦଳୀୟ ବିଧାୟକମାନେ ଦାବି କରିଆସୁଥିଲେ।

ଇସ୍ତଫା ପୂର୍ବରୁ ସେ ସୋମବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଥିଲେ। ଇସ୍ତଫା ପରେ ରାୱତ ଗଣମାଧ୍ୟମକୁ କହିଛନ୍ତି ଯେ ୪ବର୍ଷ ପାଇଁ ଉତ୍ତରାଖଣ୍ଡର ସେବା କରିବାକୁ ଦଳ ତାଙ୍କୁ ସୁଯୋଗ ଦେଇଥିଲା। ଏଥିପାଇଁ ସେ କୃତଜ୍ଞ। ତାଙ୍କର ଇସ୍ତଫା ଦଳୀୟ ନିଷ୍ପତ୍ତି ଏବଂ ଦଳ ଏବେ ଏହି ସୁଯୋଗ ଅନ୍ୟ ଜଣେ ନେତାଙ୍କୁ ଦେବ ବୋଲି ସେ ସ୍ପଷ୍ଟ କହିଛନ୍ତି। ବୁଧବାର ପୂର୍ବାହ୍ଣ ୧୦ଟାରେ ବିଜେପି ବିଧାୟକ ଦଳର ବୈଠକ ବସି ନୂଆ ନେତା ନିର୍ବାଚନ କରାଯିବ। ଦଳର ଅନ୍ୟତମ ବରିଷ୍ଠ ନେତା ଧନ ସିଂ ରାୱତ ମୁଖ୍ୟମନ୍ତ୍ରୀ ଓ କୁମାୟୁନ୍‌ ଅଞ୍ଚଳର ନେତା ପୁଷ୍କର ସିଂହ ଧାମି ଉପମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ରହିଛି।

- Advertisement -

ଉତ୍ତରାଖଣ୍ଡର କେତେକ ବିଜେପି ବିଧାୟକ ତ୍ରିବେନ୍ଦ୍ରଙ୍କ କାର୍ଯ୍ୟଶୈଳୀକୁ ଖୋଲାଖୋଲି ସମାଲୋଚନା କରିବା ସହ ତାଙ୍କୁ ପଦରୁ ହଟାଇବା ପାଇଁ ଦାବି କରିଥିଲେ। ତ୍ରିବେନ୍ଦ୍ରଙ୍କୁ ବିରୋଧ କରୁଥିବା ୫ମନ୍ତ୍ରୀ ଓ ୧୦ ବିଧାୟକ ଦିଲ୍ଲୀରେ ଡେରା ପକାଇଥିଲେ। ବିଜେପି ବିଧାୟକ ମୁନ୍ନା ସିଂ ଚୌହାଣ କହିଥିଲେ ଯେ ତ୍ରିବେନ୍ଦ୍ରଙ୍କ ପ୍ରତି ଦଳର ପ୍ରାୟ ୫୬ ବିଧାୟକଙ୍କ ସମର୍ଥନ ରହିଥିବା କହିଥିଲେ। ଏହି ପରିପ୍ରେକ୍ଷୀରେ ଦଳର ହାଇକମାଣ୍ଡ ଦୁଇଜଣ କେନ୍ଦ୍ରୀୟ ନେତା ରମଣ ସିଂ ଓ ଦୁଷ୍ୟନ୍ତ ସିଂ ଗୌତମଙ୍କୁ ଡେରାଡୁନ ପଠାଇଥିଲେ। ସେମାନଙ୍କ ରିପୋର୍ଟ ଆଧାରରେ ରାଜନୈତିକ ସଂକଟ ଦୂର ପାଇଁ ନଡ୍ଡା ତ୍ରିବେନ୍ଦ୍ରକୁ ପଦତ୍ୟାଗ ନିର୍ଦେଶ ଦେଇଥିଲେ। ରାୱତ ମଙ୍ଗଳବାର ଦିଲ୍ଲୀରୁ ଫେରିବା ପରେ ରାଜଭବନ ଯାଇ ଇସ୍ତଫା ଘୋଷଣା କରିଥିଲେ।

୨୦୧୭ରେ ଅନୁଷ୍ଠିତ ନିର୍ବାଚନରେ ମୋଟ ୭୦ ଆସନ ମଧ୍ୟରୁ ବିଜେପି ୫୭ଟିରେ ବିଜୟୀ ହୋଇ ସରକାର ଗଠନ କରିଥିଲା ଏବଂ ରାୱତ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଚଳିତ ମାସ ୧୭ରେ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ୪ବର୍ଷ ପୂରଣ ହୋଇଥାଆନ୍ତା। ଅପରପକ୍ଷରେ ୨୦୦୦ ମସିହାରେ ଉତ୍ତରାଖଣ୍ଡ ଗଠନ ପରଠାରୁ ଅଦ୍ୟାବଧି ୮ ମୁଖ୍ୟମନ୍ତ୍ରୀଙ୍କୁ ଦେଖିଛି। ରାୱତ ହେଉଛନ୍ତି ରାଜ୍ୟର ଦ୍ବିତୀୟ ମୁଖ୍ୟମନ୍ତ୍ରୀ; ଯେ କି କ୍ରମାଗତ ୫ଟି ବଜେଟ ଉପସ୍ଥାପନ କରିପାରିଛନ୍ତି। ପୂର୍ବରୁ କଂଗ୍ରେସ ଦଳର ଏନ୍‌.ଡି ତିୱାରୀ ଏକ ମାତ୍ର ମୁଖ୍ୟମନ୍ତ୍ରୀ ଭାବେ ପୂର୍ଣ୍ଣ ପାଞ୍ଚ ବର୍ଷ କ୍ଷମତାରେ ରହିବା ସହ ୫ଟି ବଜେଟ ଉପସ୍ଥାପନ କରିପାରିଥିଲେ। ଏହି ପରିପ୍ରେକ୍ଷୀରେ କଂଗ୍ରେସ ନେତା, ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ କହିଛନ୍ତି ଯେ ଆଗାମୀ ଦିନରେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ହେବା ଅବଶ୍ୟମ୍ଭାବୀ। ସାମ୍ପ୍ରତିକ ଘଟଣାରୁ ୨୦୨୨ ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଫେରିବା ସମ୍ଭାବନା ସ୍ପଷ୍ଟ ବୋଲି ସେ କହିଛନ୍ତି।

Hot this week

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories