ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ରେ ଚନ୍ଦ୍ରଯାନ -୩ର ମଡେଲ ପ୍ରଦର୍ଶିତ
ଭୁବନେଶ୍ବର: ଚନ୍ଦ୍ର ପୃଷ୍ଠ ରେ ଚନ୍ଦ୍ରଯାନ -୩ର ସଫଳ ଅବତରଣ ପରେ ବିକ୍ରମ ଓ ପ୍ରଜ୍ଞାନ ମହାକାଶଯାନର ସଫଳତାରେ ସମଗ୍ର ବିଶ୍ୱରେ ଇତିହାସ ରଚିଥିବା ଭାରତର ମହାକାଶ ବିଜ୍ଞାନରେ ଏହି ଐତିହାସିକ ସଫଳତାର ସ୍ମାରକୀ ସ୍ବରୂପ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଚିତ୍ରକଳା ବିଭାଗ ପକ୍ଷରୁ ଉଭୟ ଅନ୍ତରୀକ୍ଷଯାନ ପୃଥିବୀ ଓ ଚନ୍ଦ୍ରକୁ ନେଇ ଏକ ଆକର୍ଷଣୀୟ ମଡେଲ ଲୋକାର୍ପିତ ହୋଇଯାଇଛି I ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ସ୍ନାତକତ୍ତୋର ପରିଷଦର ମୁଖ୍ୟ ଡ.ଚକ୍ରଧର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚିତ୍ର କଳା ବିଭାଗର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ଏହି ମଡେଲକୁ ଲୋକାର୍ପିତ କରିଥିଲେ ବିଶ୍ୱବିଦ୍ୟାଳୟର କୁଳସଚିବ ଅନାମିକା ଅଧିକାରୀ, ପରୀକ୍ଷା ନିୟନ୍ତ୍ରକ ଧରଣୀ ଧର ରଣା, ବିତ୍ତ ଅଧିକାରୀ ରାଜେଶ କୁମାର ମହାନ୍ତ I ଏହି ଅବସରରେ ଶୀଳ୍ପିମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସେମାଙ୍କର ଭୂୟସୀ ପ୍ରଶଂସା କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ସମ୍ବରୁ ସୌଭରା, ମନୋରଞ୍ଜନ ପ୍ରଧାନ, ସସ୍ମିତା କମିଲା, ସହକାରୀ ପ୍ରଫେସର ଆଶିଷ୍ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ I
Comments are closed.