ଛାତ୍ରଛାତ୍ରୀଙ୍କ ପ୍ରତିଭା ସମାଜର ବିକାଶରେ ବିନିଯୋଗ କରାଯାଇପାରିବ
ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟର ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁସା ୨.୦) ଅନ୍ତର୍ଗତ ଉତ୍କଳ ଏଣ୍ଟରପ୍ରେନରସିପ କ୍ୟାରିୟର ହବ ପକ୍ଷରୁ ଦକ୍ଷତା ଓ କୌଶଳ ବୃଦ୍ଧି କାର୍ଯ୍ୟକ୍ରମ ପୁରୀ ଜିଲାର କଣାସ ସ୍ଥିତ ଦୟାବିହାର କଲେଜରେ ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବିଶ୍ବାଳଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୟୁଇସିଏଚ ନିର୍ଦେଶକ ପ୍ରଫେସର ଅବିଦ୍ ଅଲି ଖାନ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଛାତ୍ରଛାତ୍ରୀମାନେ ଦକ୍ଷ ଓ କୁଶଳୀ ହେଲେ ସେମାନଙ୍କ ପ୍ରତିଭା ସମାଜର ବିକାଶ ଦିଗରେ ବିନିଯୋଗ କରାଯାଇପାରିବ ବୋଲି ପ୍ରଫେସର ଖାନ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରୋଗ୍ରାମ ମ୍ୟାନେଜର ସ୍ବାତୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇଥିଲେ। ଅଧ୍ୟାପକ ରବୀନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.