www.samajalive.in
Tuesday, December 9, 2025
15.1 C
Bhubaneswar

ଉତ୍କଳ ବିଶ୍ବବିଦ୍ୟାଳୟରେ ନାକ ସଂସ୍କାର ପରାମର୍ଶଦାତା କର୍ମଶାଳା ଆରମ୍ଭ

ବେଙ୍ଗାଲୁର ଜାତୀୟ ମୂଲ୍ୟାଙ୍କନ ଓ ମାନ୍ୟତା ପରିଷଦ(ନାକ) ଏବଂ ଉତ୍କଳ ବିଶ୍ବବିଦ୍ୟାଳୟର ମିଳିତ ସହଯୋଗରେ ‘ନାକ ସଂସ୍କାର ୨୦୨୪, ଦ୍ବିପାକ୍ଷିକ ମାନ୍ୟତା ତଥା ଦକ୍ଷିଣାଞ୍ଚଳ ପରାମର୍ଶଦାତା କର୍ମଶାଳା’ ଆରମ୍ଭ ହୋଇଛି।

ଉଦଘାଟନ ଉତ୍ସବରେ ନାକ ନିର୍ଦେଶକ ଗଣେଶନ କନ୍ନବୀରନ ଯୋଗ ଦେଇ ‘ନାକ ବିନାରୀ ଆକ୍ରିଡେସନ’ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ନାକ ସ୍ବୀକୃତି ମାନ୍ୟତା କିଭଳି ବଜାୟ ରଖିବେ ଏବଂ ନୂଆ ଉଚ୍ଚ ଶିକ୍ଷାନୁଷ୍ଠାନ ନାକ ମୂଲ୍ୟାଙ୍କନ ଓ ମାନ୍ୟତା ପାଇବା ପାଇଁ କିଭଳି ପ୍ରସ୍ତୁତ ହେବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ଆଡିସନାଲ ଡିପିଆଇ ମଧୁମିତା ମାନ୍ନା, ବୈଷୟିକ ଶିକ୍ଷା ନିର୍ଦେଶକ ଅନିନ୍ଦିତା ଗାଙ୍ଗୁଲି, ରାଜ୍ୟସ୍ତରୀୟ ମେଣ୍ଟର ଅଧ୍ୟକ୍ଷ ଜୟଦୀପ ଷଡ଼ଙ୍ଗୀ, ପଙ୍କଜ କୁମାର ଦେବନାଥ, ରୂପା ଦାସଗୁପ୍ତା, ଛତିଶଗଡ଼ ଅତିରିକ୍ତ ନିର୍ଦେଶକ ରାଜେଶ ପାଣ୍ଡେ, ଯୁଗ୍ମ ନିର୍ଦେଶକ ଜିଏ ଘନଶ୍ୟାମ, ସହକାରୀ ପ୍ରଫେସର କୁଶୁମାଞ୍ଜଳି ଦେଶମୁଖ, ଶୈଳେଶ ମିଶ୍ର, ଝାଡ଼ଖଣ୍ଡ ଉଚ୍ଚଶିକ୍ଷା ନିର୍ଦେଶକ ରାମନିୱାସ ଯାଦବ, ସାଏଦ ରିଆଜ ଅହମ୍ମଦ, ପାଟନା ବିଶ୍ବବିଦ୍ୟାଳୟ ଆଇକ୍ୟୁଏସି ନିର୍ଦେଶକ ନୱିନ କୁମାର ଅଗ୍ରୱାଲଙ୍କ ସମେତ ନାକ କାର୍ଯ୍ୟାୟର ଏମଏସ ଶ୍ୟାମସୁନ୍ଦର, ଶ୍ୟାମ ସିଂହ ଇନ୍ଦା ଓ ପ୍ରିୟା ନାରାୟନନ ଯୋଗଦେଇଥିଲେ।

- Advertisement -

ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଆଇକ୍ୟୁଏସି ନିର୍ଦେଶକ ନିଗମାନନନ୍ଦ ଦାସ ସଂଯୋଜନା କରିଛନ୍ତି। କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବିଶ୍ବବିଦ୍ୟାଳୟର ଅନ୍ୟାନ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ସହଯୋଗ କରିଛନ୍ତି।

ଆସନ୍ତାକାଲି ଜାତୀୟ ମୂଲ୍ୟାଙ୍କନ ଓ ମାନ୍ୟତା ପରିଷଦ(ନାକ) ସଂସ୍କାର ୨୦୨୪, ଦ୍ବିପାକ୍ଷିକ ମାନ୍ୟତା ତଥା ଦକ୍ଷିଣାଞ୍ଚଳ ପରାମର୍ଶଦାତା କର୍ମଶାଳାର ଦ୍ବିତୀୟ ଦିବସ। ଏହି କର୍ମଶାଳାରେ ଓଡ଼ିଶା ସମତେ ପଶ୍ଚିମବଙ୍ଗ, ପାଟଣା, ଝାଡ଼ଖଣ୍ଡ, ଛତିଶଗଡ଼ ଓ ବିହାର ପ୍ରଦେଶର ୧୭ଜଣ କୁଳପତି ଯୋଗଦେବେ। ଏହାସହିତ ଏସବୁ ରାଜ୍ୟର ଉଚ୍ଚ ଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷାନୁଷ୍ଠାନର ପ୍ରାୟ ୬୦୦ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଆକ୍ୟୁଏସି ନିର୍ଦେଶକ, ନାକ ନିର୍ଦେଶକ, ଉଚ୍ଚଶିକ୍ଷା ବିଭାଗ ଅଧିକାରୀ ପ୍ରମୁଖ ସାମିଲ ଥିବା ଜଣାପଡ଼ିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories