www.samajalive.in
Monday, December 15, 2025
14.1 C
Bhubaneswar

‘ସମସ୍ତଙ୍କୁ ଆପଣେଇଲେ ସାହିତ୍ୟ କାଳଜୟୀ ହେବ’

କଟକ : ଓଡ଼ିଆ ଭାଷାର ଐତିହ୍ୟ ଓ ପରମ୍ପରା ଆମକୁ ବିଶ୍ୱସ୍ତରରେ ମର୍ଯ୍ୟାଦା ପ୍ରଦାନ କରିଛି । ଏଥିପାଇଁ ଆମ ପୂର୍ବସୂରୀଙ୍କ ଅବଦାନକୁ ସ୍ମରଣ କରିବା ସହିତ କୃତଜ୍ଞତା ଜଣାଇବା ସମସ୍ତଙ୍କର କର୍ତ୍ତବ୍ୟ ହେବା ଉଚିତ। ଏହି ପରମ୍ପରାକୁ ବଞ୍ଚାଇ ରଖିବାରେ ଉତ୍କଳ ସାହିତ୍ୟ ସମାଜର ଅବଦାନ ପ୍ରଶଂସନୀୟ ବୋଲି ଉତ୍କଳ ସାହିତ୍ୟ ସମାଜର ୧୧୯ତମ ସମାବର୍ତ୍ତନ ଉତ୍ସବର ରବିବାର ଉଦ୍‍ଯାପନୀ ସନ୍ଧ୍ୟା ସାରସ୍ୱତ ସମ୍ମାନ ପ୍ରଦାନ ସମାରୋହରେ ଅତିଥିମାନେ ମତପ୍ରକାଶ କରିଛନ୍ତି।
ଉତ୍କଳ ସାହିତ୍ୟ ସମାଜର ସଭାପତି ତରୁଣକୁମାର ସାହୁଙ୍କ ଅଧ୍ୟକ୍ଷତାରେ ଶତାବ୍ଦୀ ଭବନ ଠାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ପ୍ରଖ୍ୟାତ କବି ରମାକାନ୍ତ ରଥ କହିଲେ, ବିଶ୍ୱ ସାହିତ୍ୟରେ ପ୍ରତିବାଦର ସ୍ୱର ଓ ନାରୀକୁ ମର୍ଯ୍ୟାଦା ଦେବାରେ ଡକ୍ଟର ପ୍ରତିଭା ରାୟଙ୍କ ସ୍ଥାନ ସ୍ୱତନ୍ତ୍ର। କଥାଶିଳ୍ପୀ ଡକ୍ଟର ରାୟ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ‘ଉତ୍କଳ ରତ୍ନ’ ମୁଖ୍ୟ ଅତିଥି ଶ୍ରୀ ରଥଙ୍କଠାରୁ ଗ୍ରହଣ କରି କହିଲେ, ଭାଷା-ସାହିତ୍ୟ କ୍ଷେତ୍ରରେ ସମ୍ପ୍ରତି ଯେଉଁ ସଙ୍କଟ ଦେଖାଦେଇଛି ସେଥିପ୍ରତି ଉତ୍ତର ପିଢ଼ିଙ୍କର ଗୁରୁଦାୟିତ୍ୱ ରହିଛି। ଘୃଣାଠାରୁ ଦୂରେଇ ସମସ୍ତଙ୍କୁ ଆପଣେଇ ନେଲେ ସାହିତ୍ୟ କାଳଜୟୀ ହୋଇପାରିବ। ସମ୍ମାନିତ ଅତିଥି କଥାଶିଳ୍ପୀ ଡକ୍ଟର ସୁଲୋଚନା ଦାସ କହିଲେ, ଆମ ସାହିତ୍ୟ ଶାସ୍ତ୍ରୀୟତା ପାଇବା ଓ ଭାଷାଭିତ୍ତିକ ପ୍ରଥମ ପ୍ରଦେଶ ଭାବରେ ଗୌରବ ଅର୍ଜନ କରିବାରେ ପୂର୍ବସୂରୀମାନଙ୍କ ଅବଦାନ ଚିରକାଳ ପାଇଁ ସ୍ମରଣୀୟ ହୋଇ ରହିଛି ଓ ରହିଥିବ ମଧ୍ୟ। ଏହି ଅବସରରେ ଭୀମ ପୃଷ୍ଟିଙ୍କୁ ଶୁକଦେବ ସାହୁ ଉପନ୍ୟାସ ସମ୍ମାନ, ଆର୍ଯ୍ୟ ଯଜ୍ଞଦତ୍ତଙ୍କୁ ଫକୀରମୋହନ କ୍ଷୁଦ୍ରଗଳ୍ପ ସମ୍ମାନ, ଶଙ୍କର ପ୍ରସାଦ ତ୍ରିପାଠୀଙ୍କୁ ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ଡାକ୍ତର ଦୁର୍ଯ୍ୟୋଧନ ଦାସଙ୍କୁ ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ସାହିତ୍ୟ ସମ୍ମାନ, ଡକ୍ଟର ସେନାପତି ପ୍ରଦ୍ୟୁମ୍ନ କେଶରୀଙ୍କୁ ଗଙ୍ଗାଧର ମେହେର କବିତା ସମ୍ମାନ, ପ୍ରଫେସର କୁମୁଦ ରଞ୍ଜନ ପାଣିଗ୍ରାହୀଙ୍କୁ ଗୋପୀନାଥ ନନ୍ଦ ପ୍ରବନ୍ଧ-ସମାଲୋଚନା ସାହିତ୍ୟ ସମ୍ମାନ, ଶଶିଭୂଷଣ ମିଶ୍ରଙ୍କୁ ରାମକୃଷ୍ଣ ନନ୍ଦ ଶିଶୁ-ସାହିତ୍ୟ ସମ୍ମାନ, ଡାକ୍ତର ନିର୍ମଳେନ୍ଦୁ କୁମାର ଦାସଙ୍କୁ ପ୍ରଫୁଲ୍ଲ ଦାସ ଅନୁବାଦ ସାହିତ୍ୟ ସମ୍ମାନ, ଡକ୍ଟର ନିରଞ୍ଜନ ସାହୁଙ୍କୁ ଗୋବିନ୍ଦ ନାରାୟଣ ଆଧ୍ୟାତ୍ମିକ ସାହିତ୍ୟ ସମ୍ମାନ, ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ରଙ୍କୁ ବସନ୍ତ କୁମାରୀ ଦେବୀ ଲେଖିକା ସମ୍ମାନ, ପ୍ରଫୁଲ୍ଲ କୁମାର ମହାପାତ୍ରଙ୍କୁ ବିଦ୍ୟାଧର ମିଶ୍ର ଜୀବନୀ ସାହିତ୍ୟ ସମ୍ମାନ, ସୁଭାଷ ଚନ୍ଦ୍ର ଶତପଥୀଙ୍କୁ ଉଦୟନାଥ ଷଡ଼ଙ୍ଗୀ ସାମ୍ବାଦିକତା ସମ୍ମାନ, ଡକ୍ଟର କୁଳାଙ୍ଗାର (ପ୍ରୀତିକାନ୍ତ ପଣ୍ଡା)ଙ୍କୁ ନୀରଦପ୍ରଭା ହାସ୍ୟବ୍ୟଙ୍ଗ ସମ୍ମାନ, ଡକ୍ଟର ରବୀନ୍ଦ୍ର କୁମାର ପ୍ରହରାଜଙ୍କୁ ବିଶ୍ୱନାଥ ମିଶ୍ର ଆତ୍ମଜୀବନୀ ସମ୍ମାନ, ମନୋଜ ମହାନ୍ତିଙ୍କୁ ନବରୂପା ରାଜ ଗୀତିକବିତା ସମ୍ମାନ, ଲକ୍ଷ୍ମୀକାନ୍ତ ପାଲିତ୍‍ଙ୍କୁ କବିଚନ୍ଦ୍ର ସଂଗୀତଗୁରୁ ସମ୍ମାନ, ମନୋରଞ୍ଜନ ପାଣିଗ୍ରାହୀଙ୍କୁ ବିକ୍ରମ ଦାସ ଭ୍ରମଣ କାହାଣୀ ସମ୍ମାନ, ଡକ୍ଟର ନାରାୟଣ ମହାନ୍ତିଙ୍କୁ ପ୍ରଭା ପଟେଲ ରମ୍ୟରଚନା ଓ ଲଳିତ ନିବନ୍ଧ ସମ୍ମାନ, ଡକ୍ଟର ପ୍ରକାଶ କୁମାର ପରିଡ଼ାଙ୍କୁ ବ୍ରହ୍ମାନନ୍ଦ ପଣ୍ଡା ସାଂସ୍କୃତିକ ସଂଗଠନ ସମ୍ମାନ, କ୍ଷେତ୍ରବାସୀ ନାଏକଙ୍କୁ କୈଳାସ ଚନ୍ଦ୍ର ସିଂହ ଯୁବ ସାରସ୍ୱତ ସମ୍ମାନ, ବନୋଜ ତ୍ରିପାଠୀଙ୍କୁ ଦେବବ୍ରତ କର ପ୍ରକାଶକ ସମ୍ମାନ, ଅନସୂୟା ନନ୍ଦଙ୍କୁ ବାଗ୍ମୀ ବିଶ୍ୱନାଥ କର ସମ୍ପାଦନା ସମ୍ମାନ ଓ ବଳଦେବ ମହାରଥାଙ୍କୁ ସୁନାମଣି ସାମଲ ଚିତ୍ରଶିଳ୍ପୀ ସମ୍ମାନ ପ୍ରଦାନ କରାଯାଇଥିଲା।
ଅନୁଷ୍ଠାନର ଉପସଭାପତି ସଞ୍ଜିତ୍‍ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ, ସଂଗଠନ ସମ୍ପାଦକ ଆଦିତ୍ୟ ପ୍ରତାପ ଧଳ ପ୍ରାରମ୍ଭିକ ସୂଚନା ଓ ବିବରଣୀ ପାଠ, କାର୍ଯ୍ୟ ନିର୍ବାହିକା ସମିତି ସଦସ୍ୟ ଡକ୍ଟର ସୁନାମଣି ରାଉତ ଅତିଥିଙ୍କୁ ସ୍ବାଗତ କରିଥିଲେ। କୋଷାଧ୍ୟକ୍ଷ ଶିବାଶିଷ କର ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବାହ୍ନରେ ଉପସଭାପତି ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି କବି ପୀତାମ୍ବର ତରାଇ ଓ ସମ୍ମାନିତ ଅତିଥି କବି ସୁରେଶକୁମାର ନାୟକ ମଞ୍ଚାସୀନ ଥିଲେ। ବାମଦେବ ସ୍ୱାଇଁ ଓ ଗୀତାଶ୍ରୀ ପ୍ରିୟମ୍ବଦା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories