www.samajalive.in
Monday, December 15, 2025
15.1 C
Bhubaneswar

ବିଦ୍ୟୁତ୍‌ ସଂଯୋଗ କାଟି ଦେଲା ବିଭାଗ : ଗୁହାରି ପାଇଁ ଟ୍ରଲିରେ ୨୨ କିମି ରୋଗୀଣା ମା’ଙ୍କୁ ଆଣିଲେ ପୁଅ

ମାଲକାନଗିରି : ଗରିବ ଚାଷୀ ଘରକୁ ବିଦ୍ୟୁତ୍‌ ସଂଯୋଗ କାଟିଦେଲା ବିଭାଗ। ପ୍ରତିବାଦ କରି ଜିଲାପାଳଙ୍କ କାର୍ଯ୍ୟାଳୟକୁ ନିଜର ରୋଗୀଣା ମା’ଙ୍କୁ ଟ୍ରଲିରେ ବସାଇ ୨୨ କିଲୋମିଟର ବୋହିଲା ପୁଅ। ଏପରି ହୃଦୟ ବିଦାରକ ଘଟଣା ଆଜି ମାଲକାନଗିରି ଜିଲାରେ ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ ମାଲକାନଗିରି ଜିଲା ଏମ୍‌ଭି ୪୧ ଗ୍ରାମର ଦୀପକ ଦେ ନାମକ ଚାଷୀଙ୍କ ପ୍ରଥମେ ଘର ବିଜୁଳି ଦେୟ ୬୦୦ ଟଙ୍କା ଆସିଥିଲା। ସେ ୭୦୦ ଟଙ୍କା ଏକ ସପ୍ତାହ ପୂର୍ବରୁ ବିଦ୍ୟୁତ୍‌ ବିଭାଗରେ ପୈଠ କରିଥିଲୋ ପରେ ତାଙ୍କ ଚାଷ ଜମିରେ ଉଠା ଜଳସେଚନ ପମ୍ପ ଚାଲିବା ବାବଦକୁ ବିଜୁଳି ଦେୟ ଦୁଇ କିସ୍ତିରେ ୨୯ ହଜାର ଟଙ୍କା ପୈଠ କରିଥିଲେ। ଆଉ ୭ ହଜାର ଟଙ୍କା ବକେୟା ଥିବା ବିଦ୍ୟୁତ୍‌ ବିତରକ କମ୍ପାନୀ କର୍ମଚାରୀ ଦୀପକଙ୍କୁ କହିଥିଲୋ ଦୀପକ ତାଙ୍କର ସମସ୍ତ ଅର୍ଥ ପୈଠ କରି ଦେଇଥିବାର କାଗଜପତ୍ର ଦେଖାଇଥିଲେ। ଏହାସତ୍ୱେ ବିଦ୍ୟୁତ୍‌ ବିଭାଗ କର୍ମଚାରୀମାନେ ତାଙ୍କ କଥାକୁ କର୍ଣ୍ଣପାତ କରି ନ ଥିଲେ। ଘର ଏବଂ ଜମିକୁ ସଂଯୋଗୀ କରୁଥିବା ବିଦ୍ୟୁତ୍‌ ତାରକୁ କାଟ ଦେଇଥିଲେ। ଦୀପକଙ୍କ ୧୦୦ ବର୍ଷର ବୃଦ୍ଧା ମା’ ଲମତାପୁଟ ଡାକ୍ତରଖାନାରେ ଚିକିତ୍ସା ହୋଇ ଡାକ୍ତରଙ୍କ ପରାମର୍ଶକ୍ରମେ ଘର ରହି ଔଷଧ ଖାଉଛନ୍ତି। ମା’ଙ୍କ ଶରୀର ସୁସ୍ଥ ପାଇଁ ଥଣ୍ଡା ପରିବେଶ, ପଙ୍ଖା, ଅମ୍ଳଜାନ, ଗ୍ୟାସ୍‍ ଇତ୍ୟାଦି ଦେଇ ରଖିବାକୁ ପଡୁଛି। ତାଙ୍କର ହୃଦରୋଗ ଅଛି। ମା’ ଔଷଧ ଖାଇବା, ଅସହ୍ୟ ଗରମରେ ଜୀବନ ପ୍ରତି ବିପଦ ଥିବା କହିବା ସହ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ପ୍ରତାପ କେଶରୀ ନାୟକଙ୍କୁ ଜଣାଇଥିଲି। ତଥାପି ଅଭିଯୋଗକୁ ନ ଶୁଣି ବିଦ୍ୟୁତ୍‌ କାଟି ଦିଆଗଲା ବୋଲି ଦୀପକ କହିଛନ୍ତି। ମା’ ଘରେ ମୃତ୍ୟୁବରଣ କରିବା ଅପେକ୍ଷା ବିଦ୍ୟୁତ୍‌ ବିତରକ କମ୍ପାନୀ ଲାଗି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପଡ଼ିରହି ମୃତ୍ୟୁବରଣ କରିବା ସହ ମୁଁ ମଧ୍ୟ ବିଷ ଧରି ଯାଉଛି। କାର୍ଯ୍ୟାଳୟ ସମ୍ମୁଖରେ ବିଷ ପିଇ ମୃତ୍ୟୁବରଣ କରିବି ବୋଲି ଦୀପକ କହିଥିଲେ। ଏହାପରେ ମୋଟୁ ମାଲକାନଗିରି ରାଜରାସ୍ତାରେ ଏମ୍‍.ଭି. ୪୧ରୁ ଦୀର୍ଘ ୨୨ କିଲୋମିଟର ମାଲକାନଗିରି ସଦରମହକୁମାକୁ ଏକ ଟ୍ରଲିରେ ତାଙ୍କ ରୋଗୀଣା ମା’ଙ୍କୁ ବସାଇ ବୋହି ଥିଲେ। ଖବର ପାଇ ମାଲକାନଗିରି ଥାନା ଅଧିକାରୀ ରାମ ପ୍ରସାଦ ନାଗ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଜୟ କୁମାର ପ୍ରଧାନ, ବିଦ୍ୟୁତ ବିତରକ କମ୍ପାନୀ ନିର୍ବାହୀ ଅଧିକାରୀ ପ୍ରତାପ କେଶରୀ ନାୟକଙ୍କ ସହ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ରାଜରାସ୍ତାରେ ପହଞ୍ଚି ଦୀପକଙ୍କୁ ବହୁ ବୁଝାସୁଝା କରିଥିଲେ। ଦୀପକ କାହାରି କଥା ନ ଶୁଣି ନିଜ ଜିଦରେ ଅଟଳ ରହିଥିଲେ। ପୁଲିସ, ବିଦ୍ୟୁତ ବିଭାଗ କର୍ମଚାରୀ ଆମ୍ବୁଲାନ୍ସ ମଗାଇ ବୃଦ୍ଧାଙ୍କୁ ଜବରଦସ୍ତି ନେଇ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏ ନେଇ ବିଦ୍ୟୁତ୍‌ କମ୍ପାନୀ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ତାଙ୍କର ବିଦ୍ୟୁତ ଦେୟ ବକେୟା ରହିଛି। ପମ୍ପ ସଂଯୋଗୀ ତାର କାଟିବାରୁ ଘର ଲାଇନ କଟିଗଲା। ପରବର୍ତ୍ତୀ ସମୟରେ ଆମ କର୍ମଚାରୀ ବିଦ୍ୟୁତ ଦେବାକୁ ଦୁଇ ଚାରି ଥର ଦୀପକଙ୍କ ଘରକୁ ଯାଇଛନ୍ତି। ଦୀପକ କର୍ମଚାରୀଙ୍କୁ ବିଦ୍ୟୁତ୍ ସଂଯୋଗ କରିବାକୁ ରୋକଠୋକ୍‍ ମନା କରି ଦେଇଥିଲୋ ଆମର କୌଣସି ଦୋଷ ନାହିଁ। ବର୍ତ୍ତମାନ ତାଙ୍କର ଲାଇନ ସଂଯୋଗ କରିବାକୁ ଆମେ ପ୍ରସ୍ତୁତ ଅଛୁ ବୋଲି ସେ ପ୍ରକାଶ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories