ସାକ୍ଷୀଗୋପାଳ : ଉତ୍କଳ ଦିବସ ସମିତି ତରଫରୁ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ଉତ୍କଳ ଦିବସ କାର୍ଯ୍ୟକ୍ରମ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବରିଷ୍ଠ ପ୍ରଶାସକ ଅଶୋକ କୁମାର ମିଶ୍ର, ମୁଖ୍ୟ ବକ୍ତା ଭାବରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଡ଼ା. ଅଶୋକ କୁମାର ମହାପାତ୍ର, ସମ୍ମାନିତ ଅତିଥି ଭାବେ ନେହେରୁ ଜୁବକେନ୍ଦ୍ର ପୁରୀର ସଂଯୋଜକ ଜୟ ଶଙ୍କର ଯୋଶୀ ଆଇନଜୀବୀ ରାମ ଶଙ୍କର ନନ୍ଦ, ଆଇନଜୀବୀ ଉମାବଲ୍ଲଭ ମହାପାତ୍ର, ଡ଼ା. ସୁଦର୍ଶନ ବେହେରା , ଆଇନଜୀବି ଗୁଣ୍ଡିଚା ବରାଳ, ବିଶିଷ୍ଟ ଚିତ୍ର ଶିଳ୍ପୀ ଅରୁଣ କୁମାର ପାଲୋର୍ ପ୍ରମୁଖ ଯୋଗଦାନ କରିଥିଲେ।
Related Posts
ପ୍ରଥମେ ବିଦ୍ୟାଳୟ ପରିସରରେ ଥିବା ପଞ୍ଚସଖାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନରୁ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଶିକ୍ଷାବିତ୍ ସତ୍ୟବାଦୀ ଦାସଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଅତିଥି ମାନେ ଓଡ଼ିଶାକୁ ସ୍ଵତନ୍ତ୍ର ପ୍ରଦେଶର ମାନ୍ୟତା ଦେଇଥିବା ମହାମନିଷୀ ଏବଂ ପଞ୍ଚସଖାଙ୍କ ସ୍ମୃତିଚାରଣ କରିଥିଲେ। ପରେ ପରେ ସ୍ଥାନୀୟ କଳାକାରମାନଙ୍କ ଦ୍ଵାରା ନୃତ୍ୟ ଏବଂ ସଙ୍ଗୀତର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଅନୁଷ୍ଠାନ ତରଫରୁ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଏବଂ ସତ୍ୟବାଦୀର ଆନ୍ତର୍ଜାତୀୟ ପାରା ଆଥଲେଟ ଜୟନ୍ତୀ ବେହେରା ଏବଂ ଗୁରୁ ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା।
ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ, ସାମାଜିକ ସଂଗଠନର କର୍ମକର୍ତ୍ତା, ଶିକ୍ଷକ ଶିକ୍ଷୟତ୍ରୀ, ପେଣ୍ଠପଡା ପଞ୍ଚାୟତର ସରପଞ୍ଚ ଚିନ୍ମୟ ରାଉତ, ଜୟପୁର ପଞ୍ଚାୟତ ସମିତି ସଭ୍ୟ ଦୀପକ କୁମାର ଶତପଥୀ, ସମିତି ସଭ୍ୟ ସୁମନ୍ତ ଘଟୁଆରି, ସତ୍ୟବାଦୀ ସେବା ଟ୍ରଷ୍ଟ ସଭାପତି ସୁଦର୍ଶନ ପ୍ରଧାନ, ସମାଜ ସେବୀ ବିଶ୍ୱଜିତ ଶତପଥୀ , ଅମର ନନ୍ଦ, ଶ୍ୟାମ ସୁନ୍ଦର ମହାପାତ୍ର, ଅମର ଶତପଥୀ ଉପସ୍ଥିତି ଥିଲେ। ଏହି ଅବସରରେ ସତ୍ୟବାଦୀର ଆନ୍ତର୍ଜାତୀୟ ପାରା ଆଥଲେଟ ଜୟନ୍ତୀ ବେହେରା ଏବଂ ଗୁରୁ ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ସର୍ବାଣୀ ସଂଯୋଜନା କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ ସୁଶାନ୍ତ କୁମାର ରଥ, ନୀଳକଣ୍ଠ ବାରିକ, ସିଂହାରୀ ଆଲୋକ ଖୁଣ୍ଟିଆ, ଉପେନ୍ଦ୍ର ବିଶ୍ଵାଳ, ପ୍ରଶାନ୍ତ ନାୟକ, ରିତା ତ୍ରିପାଠୀ ,ସୁକାନ୍ତ ବିଶ୍ଵାଳ ପ୍ରମୁଖ ପରିଚାଳନା କରିଥିଲେ।
Comments are closed.