ସୋହାର୍ ଓଡିଆ ସମାଜ ପକ୍ଷରୁ  ଉତ୍କଳ ଦିବସ ପାଳିତ

ଭୁବନେଶ୍ବର : ସୁଦୂର ଓମାନର ସୋହାର୍ ସହରରେ ଓଡ଼ିଆ ସମାଜ ପକ୍ଷରୁ ଉତ୍କଳ ଦିବସ ପାଳିତ ହୋଇଯାଇଛି। ବିଦେଶରେ ରହି ମଧ୍ୟ ଆମର ଓଡ଼ିଆ ପରମ୍ପରା ଓ  ଓଡ଼ିଆ ସଂସ୍କୃତିକୁ ନ  ଭୁଲି ଉତ୍କଳ ଦିବସ ପାଳନ କରିଥିଲେ । ଜଗନ୍ନାଥଷ୍ଟକମ୍ ସହିତ, ବନ୍ଦେ ଉତ୍କଳ ଜନନୀ ସଂଙ୍ଗୀତ ଗାନ ଏବଂ କୁନି କୁନି କଳାକାରଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଉତ୍କଳ ଦିବସ ପାଳନ କରାଯାଇଛି।

ପ୍ରଥମ ଥର ପାଇଁ କାର୍ଯକ୍ରମଟିରେ  ଉପସ୍ଥାପନା କରିଥିଲେ ସୁଶ୍ରୀତା ଶତପଥୀ ( ମିଲି) ଏବଂ ତାଙ୍କୁ ସହଯୋଗ କରିଥିଲେ ମୀନାକ୍ଷୀ ଶତପଥୀ (ଲିନା)।

କାର୍ଯ୍ୟକ୍ରମ ଆରମ୍ଭରେ ଗତିପନ ଦାଶଙ୍କ ଦ୍ୱାରା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପୂଜାର୍ଚ୍ଚନା, ଆରାଧନା ଏବଂ ଇଶାନ୍ ଦ୍ଵାରା ପରିବେଷିତ ଜଗନ୍ନାଥଙ୍କ ସ୍ତୋତ୍ର  ଖୁବ୍ ଆକର୍ଷଣୀୟ ହୋଇପାରିଥିଲା।  ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଶ କରିଥିଲେ ମିଲି , ଆସ୍ଥା, ପ୍ରତିଭା, ଚୁମକି, ହିନା , ରୂପାଞ୍ଜଳି , ପ୍ରଜ୍ଞା, ନିହାରିକା ଓ ଲିନା। ସୀତାକାନ୍ତ ବେରିହାଙ୍କ ଓଡିଶା  ସମ୍ପର୍କିତ ଏକ ଜ୍ଞାନବର୍ଦ୍ଧକ ଅଡିଓ ପରେ କାର୍ଯ୍ୟକ୍ରମ ଆରମ୍ଭରେ ବିଘ୍ନ ବିନାଶନଙ୍କ ପୁଷ୍ପାଞ୍ଜଳୀ  ଭାରତନାଟ୍ୟମ୍ ନୃତ୍ୟ ପରବେଷଣ କରିଥିଲେ ଅନୁଶ୍ରୀ ପଲେଇ (ଆର୍ୟା),   ଶ୍ରୀ କୃଷ୍ଣଙ୍କ ପ୍ରିୟ “ଅଧରମ୍ ମଧୁରମ୍” ଭଜନର  ତଳେ ତାଳେ ନୃତ୍ୟ ପରିବେଷଣ କରିଥିଲେ ଶ୍ରୁତି ସଂଜୀବନୀ ପଣ୍ଡା। ପୁରୁଣା ଓଡ଼ିଆ ସଙ୍ଗୀତ ଗାନ କରିଥିଲେ ରଘୁନାଥ ପ୍ରସାଦ ରଥ ଓ  ମୀନାକ୍ଷୀ ଶତପଥୀ । ପିହୁ, ପଲ୍ଲବୀ, ସାନଭି ଦାଶ, ସାନଭି ବଡ଼ପଣ୍ଡା, ଅର୍ଣ୍ଣବ, ଆଦି, ଆଲ୍ଫା, ଆରାଧ୍ୟା, ୟୁଗ୍, ଦେବ୍ ମଞ୍ଚରେ  ନୃତ୍ୟର ଯାଦୁରେ ସମସ୍ତଙ୍କ ମନ କିଣି ନେଇଥିଲେ। ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସୁନ୍ଦର ହିନ୍ଦୀ ମେଡଲୀ ପରିବେଷଣ କରିଥିଲେ ରଘୁନାଥ ପ୍ରସାଦ ରଥ  ଓ ମୀନାକ୍ଷୀ ଶତପଥୀ।

ପ୍ରଥମ ଥର ପାଇଁ – “ଓଡିଶା ମୋ ଓଡିଶା” ଗୀତରେ ଖୁବ୍ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ ନିବେଦିତା ମିଶ୍ର। ଓଡିଶା ସମ୍ପର୍କରେ ସ୍ଵରଚିତ କବିତା ପାଠ କରିଥିଲେ ସୁଶାନ୍ତ ପାତ୍ର,  ସୁଶ୍ରୀୟା ପ୍ରଧାନ ଓ ସଂଗ୍ରାମ ଲେଙ୍କା। ମ୍ୟାଜିକ୍ ସୋ’ ରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲେ  କୁନି ମ୍ୟାଜିସିଆନ୍ ସାଇ ଅର୍ଣ୍ଣଵ ଆଚାର୍ଯ୍ୟ। ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା ମାଆ ପୁଅ (ନିବେଦିତା ମିଶ୍ର ଓ ଆଦି),  ବାପା ପୁଅ ( ୟୁଗ  ଓ ଉମେଶ ପାଣିଗ୍ରାହୀ, ଦେବ୍ ଓ ବିପିନ ମହାନ୍ତି , ଅର୍ଣ୍ଣବ୍ ଓ ସନ୍ତୋଷ ଆଚାର୍ଯ୍ୟ) ଓ ମାଆ ଝିଅ ( ତାନ୍ଭି ଓ ତୃପ୍ତି ବଡ଼ପଣ୍ଡା- ସମ୍ବଲପୁରୀ ନତ୍ୟ , ମେଘନା  ଓ ରୋଜା ରେଡ୍ଡୀ ଙ୍କର ଜବରଦସ୍ତ ଯୁଗଳ ନୃତ୍ୟ।  ସେହିପରି ସଂଜୟ ପଣ୍ଡା, ପ୍ରତିଭା ପଣ୍ଡା, ରଘୁନାଥ ପ୍ରସାଦ ରଥ, ନିର୍ମଳ ବେହେରା ଓ  ଅମିତା ସାହୁଙ୍କ ସହଯୋଗରେ କ୍ଷୁଦ୍ର ନାଟିକା “ପୁଅ ମୋର ବଡ଼ ହୋଇ ଯାଇଛି” ପରିବେଷଶ କରାଯାଇଥିଲା।

କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ସୋହାର୍ ଓଡ଼ିଆ ୟଙ୍ଗୀସ୍ଥାନ୍ ଟିମ୍ ( ନିର୍ମଳ ବେହେରା, ସରୋଜ ସାହୁ,  ଗତିପଣ ଦlଶ,  ସୀତାକାନ୍ତ ବେରିହା ଅମିତ ସାହୁ ଓ ରଘନାଥ ପ୍ରସାଦ ରଥ )ଦ୍ୱାରା ପରିବେଷିତ ନୃତ୍ୟ ସମସ୍ତଙ୍କୁ  କାର୍ଯ୍ୟକ୍ରମରେ ଦୀର୍ଘ ସମୟ ଧରି ବାନ୍ଧି ରଖିଥିଲା । ସୁଦୂର କତ୍ତାରରୁ ଆସି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ ମାନସ ବେହେରା। ଶେଷରେ କଳାକାରମାନଙ୍କୁ ପୁରସ୍କାର ପ୍ରଦାନ ସହ  ଧନ୍ୟବାଦ ଅର୍ପଣ କରାଯାଇଥିଲା।

Comments are closed.