ଡକ୍ଟର ଉଷା ଠାକୁରଙ୍କୁ ଦ୍ୱାଦଶ ବିଶ୍ୱ ହିନ୍ଦୀ ପୁରସ୍କାର

ଡେସ୍କ: ହିନ୍ଦୀ ସାହିତ୍ୟର ବିକାଶରେ ଉଲ୍ଲେଖନୀୟ ଅବଦାନ ପାଇଁ ଡକ୍ଟର ଉଷା ଠାକୁରଙ୍କୁ ଦ୍ୱାଦଶ ବିଶ୍ୱ ହିନ୍ଦୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ନେପାଳରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଆୟୋଜିତ ହିନ୍ଦୀ ସମ୍ବାଦ କାର୍ଯ୍ୟକ୍ରମରେ ସେ ଏହି ପୁରସ୍କାର ଗ୍ରହଣ କରିଥିଲେ। ଡ. ଉଷା ଠାକୁର ୪୦ରୁ ଅଧିକ ସାହିତ୍ୟିକଙ୍କ ରଚନାକୁ ହିନ୍ଦୀ ଓ ନେପାଳୀ ଭାଷାରେ ଅନୁବାଦ କରିବା ସହ ହିନ୍ଦୀ ଭାଷାକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏହି ପୁରସ୍କାର ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଏ।

ଆରମ୍ଭ ହେଲା ଆମେରିକା ରାଷ୍ଟ୍ରପତି ନିର୍ବାଚନ ବିତର୍କ

୨୦୨୩ରେ ଫିଜିରେ ଦ୍ୱାଦଶ ବିଶ୍ୱ ହିନ୍ଦୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସେ ପୁରସ୍କାର ଗ୍ରହଣ କରିବା ପାଇଁ ସେଠାରେ ଉପସ୍ଥିତ ହୋଇ ପାରିନଥିଲେ। କାଠମାଣ୍ଡୁସ୍ଥିତ ତ୍ରିଭୁବନ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଡ. ଠାକୁରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ଅବସରରେ ସେ କହିଥିଲେ ଯେ ହିନ୍ଦୀ ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଯୋଗାଯୋଗର ଭାଷା ଭାବରେ ନେପାଳରେ ଲୋକପ୍ରିୟତା ହାସଲ କରୁଛି।

Comments are closed.