ତ୍ବଚା ପାଇଁ ଖୁବ୍ ଉପକାରୀ ସୋରିଷ ତେଲ

ସାଧାରଣତଃ ତ୍ବଚା ଜନିତ ସମସ୍ୟା ଦୂର କରି ତ୍ବଚାକୁ ସୁନ୍ଦର କରିବା ପାଇଁ ଆମେ ଅନେକ ଉପାୟ ଆପଣାଇଥାଉ। ବଜାରରେ ମିଳୁଥିବା ଅନେକ ପ୍ରସାଧନ ସାମଗ୍ରୀର ବ୍ୟବହାର ସହ ଅନେକ ଡାକ୍ତରୀ ଚିକିତ୍ସା ମଧ୍ୟ କରିଥାଆନ୍ତି। ହେଲେ ଏହାର ପାର୍ଶ୍ବପ୍ରତିକ୍ରିୟାର ଭୟ ମଧ୍ୟ ରହିଛି। ତେବେ ଏପରି ଏକ ସାଧାରଣ ଜିନିଷ ଅଛି ଯାହାର ବ୍ୟବହାରରେ ଘରେ ବସି ଆପଣ ସୁସ୍ଥ ଏବଂ ସୁନ୍ଦର ତ୍ବଚା ପାଇପାରିବେ। ସେହି ଜିନିଷଟି ହେଉଛି ସୋରିଷ ତେଲ। ଏହା ତ୍ବଚା ପାଇଁ ଖୁବ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ସୋରିଷ ତେଲ ତ୍ବଚାର ଏକ ପ୍ରାକୃତିକ କ୍ଲିଞ୍ଜର୍ ଭାବେ କାମ କରିଥାଏ। ଏହାସହିତ ତ୍ବଚାକୁ ମଶ୍ଚରାଇଜ୍ ମଧ୍ୟ କରିଥାଏ। ଆସନ୍ତୁ ଜାଣିବା ତ୍ବଚା ପାଇଁ ସୋରିଷ ତେଲ କେତେ ଉପକାରୀ –

prayash

-ସୋରିଷ ତେଲ ତ୍ବଚାର ପ୍ରାକୃତିକ କ୍ଲିଞ୍ଜର୍ ଭାବେ କାମ କରିଥାଏ।
-ସୋରିଷ ତେଲରେ ଭିଟାମିନ୍-ଇ ପ୍ରଚୁର ମାତ୍ରାରେ ଥାଏ।
-ଏଥିରେ ଥିବା ଆଣ୍ଟି ଏଜିଙ୍ଗ୍ ଗୁଣ ତ୍ବଚାରେ ବୟସର ଛାପ ପଡ଼ିବାକୁ ଦେଇ ନଥାଏ।
-ଏହାସହିତ ଚର୍ମକୁଞ୍ଚନ ଦୂର କରିଥାଏ।
-ଏହା ବ୍ୟତୀତ ତ୍ବଚାକୁ ମଶ୍ଚରାଇଜ କରିଥାଏ, ଯାହା ଦ୍ବାରା ତ୍ବଚାର ରୁକ୍ଷପଣ ଦୂର ହୋଇଥାଏ।
-ସୋରିଷ ତେଲ କଳା ଦାଗ ଏବଂ ବ୍ରଣକୁ ମଧ୍ୟ ଠିକ୍ କରିଥାଏ।
-ଏହାକୁ ବ୍ୟବହାର କରି ମୁହଁର ମେକଅପ୍ ମଧ୍ୟ ଛଡ଼ାଇ ପାରିବେ।

Comments are closed.