www.samajalive.in
Sunday, December 14, 2025
26.1 C
Bhubaneswar

ଦଂଶନ ପରେ ସାପକୁ ଚୋବାଇ ଖଣ୍ଡ ଖଣ୍ଡ କରିଦେଲା ମଦୁଆ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଇଟାହ ଜିଲାର ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ସାପ ଦଂଶନ କରିବା ପରେ ଜଣେ ମଦୁଆ ସାପକୁ କାମୁଡ଼ି ଖଣ୍ଡ ଖଣ୍ଡ କରିଦେଇଛି। ସେଠାରେ ସାପର ଜୀବନ ଚାଲିଯାଇଥିଲାବେଳେ ଗୁରୁତର ଅବସ୍ଥାରେ ମଦୁଆକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସରେ ଇଟାହ ଜିଲା ଅସରୌଲି ଗ୍ରାମର ରାଜକୁମାର ରବିବାର ରାତିରେ ପ୍ରବଳ ମଦ ପିଇ ଘରକୁ ଫେରିଥିଲା। ଘର ଭିତରେ ତାକୁ ଏକ ସାପ କାମୁଡ଼ି ଦେଇଥିଲା। ଏହାପରେ ରାଜକୁମାର ସାପକୁ କାମୁଡ଼ି ଖଣ୍ଡ ଖଣ୍ଡ କରିଦେଇଥିଲା। ରାଜକୁମାରଙ୍କ ବାପା କହିଛନ୍ତି ଯେ ତାକୁ ସାପ କାମୁଡ଼ିବା ପରେ ସେ ଅଚେତ ଅବସ୍ଥାକୁ ଚାଲି ଆସିଥିଲା। ନିଶାକ୍ତ ଅବସ୍ଥାରେ ସେ ସାପକୁ କାମୁଡ଼ି ଛିଣ୍ଡାଇ ପକାଇଥିଲା। ରାଜକୁମାରଙ୍କୁ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅବସ୍ଥା ସଂକଟାପନ୍ନ ଥିବାରୁ ତାକୁ ଅନ୍ୟ ହସ୍ପିଟାଲକୁ ରେଫର କରାଯାଇଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories