www.samajalive.in
Saturday, December 6, 2025
17.1 C
Bhubaneswar

ଚୀନକୁ ଆଉ ଏକ ଝଟ୍‌କା; ଆମେରିକା ନିଷେଧ କରିବ ଚାଇନିଜ ଆପ୍‌

ୱାଶିଂଟନ: ଅନ୍ତର୍ଜାତୀୟ ସ୍ତରରେ ଚୀନକୁ ଆଉ ଝଟ୍‌କା ଲାଗିବାକୁ ଯାଉଛି। ଭାରତ ପରେ ଏବେ ଆମେରିକା ନିଜ ଦେଶରେ ଚାଇନିଜ୍‌ ଆପ୍‌ ନିଷେଧ କରିବାକୁ ପ୍ରସ୍ତୁତି ଚଳାଇଛି। ଏହି ଆପ୍‌ଗୁଡ଼ିକ ମଧ୍ୟରେ ଲୋକପ୍ରିୟ ଆପ୍‌ ଟିକ୍‌ଟିକ୍‌ ସମେତ ଏକାଧିକ ଅନ୍ୟ ଆପ୍‌ ମଧ୍ୟ ରହିଛି। ଆମେରିକା ବିଦେଶ ମନ୍ତ୍ରୀ ମାଇକ୍‌ ପମ୍ପିଓ କହିଛନ୍ତି, ଆମେରିକା ନିଶ୍ଚିତ ଭାବେ ଚୀନ ଆପ୍‌ ବ୍ୟାନ୍‌ କରିବାକୁ ପ୍ରସ୍ତୁତି ଚଳାଇଛି। ଏଥିରେ ଲୋକପ୍ରିୟ ଆପ୍‌ ଟିକ୍‌ଟକ୍‌ ବି ସାମିଲ ରହିଛି।

ପମ୍ପିଓଙ୍କ ଏହି ମନ୍ତବ୍ୟ ପରେ ଚୀନକୁ ୨ୟ ଝଟ୍‌କା ଲଗିବାକୁ ଯାଉଛି। ଏହା ପୂର୍ବରୁ ଭାରତ ଟିକ୍‌ଟକ୍‌ ସମେତ ଚୀନର ୫୯ ଆପ୍‌କୁ ନିଷେଧ କରିଦେଇଛି। ଏହା ପରେ ସମ୍ପୃକ୍ତ କମ୍ପାନୀଗୁଡ଼ିକ ବାରମ୍ବାର ଭାରତ ସରକାରଙ୍କ ସହିତ ଆଲୋଚନା ଚଳାଇଛନ୍ତି, କିନ୍ତୁ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ନିଷ୍ପତ୍ତିରେ କିଛି ପରିବର୍ତ୍ତନ କରାଯାଇ ନାହିଁ। ସୂଚନାଯୋଗ୍ୟ, ପୂର୍ବ ଲଦାଖରେ ଭାରତ ଏବଂ ଚୀନ ସୈନ୍ୟଙ୍କ ମଧ୍ୟରେ ଉତ୍ତେଜବା ବୃଦ୍ଧି ପାଇବା ପରେ ଭାରତ ସରକାର ଏହି ପଦକ୍ଷେପ ନେଇଥିଲେ। ସରକାରଙ୍କ ଏହି ନିଷ୍ପତ୍ତିକୁ ଚୀନ ବିରୋଧରେ ଡିଜିଟାଲ ଷ୍ଟ୍ରାଇକ୍‌ ବୋଲି କୁହାଯାଉଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories