www.samajalive.in
Saturday, December 6, 2025
15.1 C
Bhubaneswar

ବଲିଉଡ୍‌କୁ ଆଉ ଏକ ଝଟ୍‌କା; ପରଲୋକରେ ଚଳଚ୍ଚିତ୍ର ନିର୍ମାତା ହରିଶ ଶାହ

ମୁମ୍ବଇ: ବର୍ଷ ୨୦୨୦ ବଲିଉଡ୍‌ ପାଇଁ ଅଶୁଭ ସାବ୍ୟସ୍ତ ହୋଇଛି। ଏହି ବର୍ଷ ଜଣକ ପରେ ଜଣେ କଳାକାରଙ୍କ ଦେହାନ୍ତ ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ବଲିଉଡ୍‌ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦେଶକ ହରିଶା ଶାହଙ୍କର ପରଲୋକ ଘଟିଛି। ତାଙ୍କୁ ୭୬ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ମଙ୍ଗଳବାର ସକାଳ ପ୍ରାୟ ୬ଟାରେ ମୁମ୍ବଇର ବାନ୍ଦ୍ରାସ୍ଥିତ ବାସଭବନରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ। ଶାହ ବଲିଉଡ୍‌ ବଡ଼ ବଡ଼ ନିର୍ଦେଶକମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ। ତାଙ୍କ ମୃତ୍ୟୁ ପରେ ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି।

ହରିଶଙ୍କ ମୁଖ୍ୟ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ‘କାଲା ସୋନା’, ‘ମେରେ ଜୀବନ ସାଥୀ’, ‘ରାମ ତେରେ କିତ୍‌ନେ ନାମ୍‌’, ‘ଧନ ଦୌଲତ’, ‘ଜଲ୍‌ଜଲା’, ‘ଜାଲ୍‌- ଦ ଟ୍ରାପ’ ଭଳି ବେଶ୍‌ ଲୋକପ୍ରିୟ ଚଳଚ୍ଚିତ୍ର ରହିଛି। ସେ କ୍ୟାନ୍‌ସର ଉପରେ ମଧ୍ୟ ଏକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ, ଯାହାର ନାଁ ହେଉଛି ‘ହ୍ବାୟ ମି’। ଏହି ଚଳଚ୍ଚିତ୍ରଟି ରାଷ୍ଟ୍ରପତି ପୁରସ୍କାର ପାଇଥିଲା। ହରିଶ ବିଗତ ୪୦ ବର୍ଷ ଧରି ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ସକ୍ରିୟ ରହିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories