www.samajalive.in
Monday, December 8, 2025
27.1 C
Bhubaneswar

ବାଘ ପାଲଟିଛି ବିଲେଇ: ୩ ଚିତାବାଘକୁ ପୋଷି ରଖିଛନ୍ତି ଜଣେ ବ୍ୟକ୍ତି

ନୂଆଦିଲ୍ଲୀ : ବହୁ ସମୟରେ ସୋସିଆଲ ମିଡ଼ିଆରେ ଅଜବ ଗଜବ ଭିଡ଼ିଓ ଭାଇରାଲ ହେଉଥିବା ଦେଖାଯାଏ। ମାତ୍ର ଏପରି ଏକ ଭିଡ଼ିଓ ବର୍ତମାନ ଭାଇରାଲ ହେଉଛି ଯାହା ଲୋକଙ୍କ ହୋସ ଉଡ଼ାଇବା ସହ ଆଶ୍ଚର୍ଯ୍ୟ ଚକିତ କରି ଦେଉଛି। ଆପଣ ମଧ୍ୟ ସେହି ଭିଡ଼ିଓ ଦେଖିଲେ ଲୋମଟାଙ୍କୁରି ଉଠିବ। ଏହି ଭିଡ଼ିଓଟିରେ ଦେଖାଯାଉଛି ଜଣେ ବ୍ୟକ୍ତି ନିଜ ଘରେ ଗୋଟିଏ ନୁହେଁ ବରଂ ୩ଟି ଚିତାବାଘ ସହ ବେଶ ମଜାରେ ଶୋଇଛନ୍ତି। ଯେ କେହି ଏହି ଭିଡ଼ିଓଟିକୁ ଦେଖୁଛି, ସେ ଆଶ୍ଚର୍ଯ୍ୟ ହେଉଛି ଏଭଳି ହିଂସ୍ର ଜନ୍ତୁଙ୍କ ସହ ବ୍ୟକ୍ତି ଜଣଙ୍କ ଏତେ ଆରାମରେ କିଭଳି ଶୋଇଛନ୍ତି।
ଏହି ଭିଡ଼ିଓଟିକୁ ଜଣେ ଭାରତୀୟ ବନ୍ୟ ସେବା ଅଧିକାରୀ ଟ୍ୱିଟରରେ ସେୟାର କରିଛନ୍ତି।
ଭିଡ଼ିଓଟିକୁ ଦେଖିଲେ ଅନୁଭବ ହେଉଛି ଯେପରି, ବର୍ଷରୁ ବର୍ଷରୁ ଚିତାବାଘ ଓ ବ୍ୟକ୍ତି ଜଣଙ୍କ ଏକାଠି ରହୁଛନ୍ତି। ଭିଡ଼ିଓରେ ଦେଖାଯାଉଛି ଗୋଟିଏ ଚିତାବାଘ ନିଦ ଭାଙ୍ଗିବା ପରେ ସେ ବ୍ୟକ୍ତି ଜଣଙ୍କ ଅତି ନିକଟକୁ ଯାଇ ପୁଣି ଶୋଉଛି। ଭିଡ଼ିଓଟି ଯେତେ ଆଶ୍ଚର୍ଯ୍ୟ ଲାଗୁଛି, ଆହୁରି ମଧ୍ୟ ଚକିତ ଲାଗୁଛି ମନୁଷ୍ୟ ଓ ହିଂସ୍ରଜନ୍ତୁଙ୍କ ମଧ୍ୟରେ ଏପରି ଭଲପାଇବା ଦେଖି।
ଭିଡ଼ିଓଟି ଖୁବ ଭାଇରାଲ ହେଉଛି, ଳକ୍ଷଲକ୍ଷ ଲୋକେ ଏହାକୁ ଦେଖିସାରିଲେଣି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories