www.samajalive.in
Saturday, December 6, 2025
15.1 C
Bhubaneswar

ଶ୍ରାବଣରେ ଅଦ୍ଭୁତ ସଂଯୋଗ; ଜାଣନ୍ତୁ କେଉଁ ରାଶି ପାଇଁ କି ଫଳ ପ୍ରାପ୍ତି ହେବ

ପବିତ୍ର ଶ୍ରାବଣ ମାସର ଆରମ୍ଭ ହୋଇ ସାରିଛି। ଭଗବାନ ଶିବଙ୍କର ପ୍ରିୟମାସ ଚଳିତ ବର୍ଷ ଖୁବ ମହତ୍ୱପୂର୍ଣ୍ଣ। ୧୧୦ ବର୍ଷ ପରେ ଏହି ବର୍ଷ ଶ୍ରାବଣରେ ଅଦ୍ଭୁତ ସଂଯୋଗ ହୋଇଛି। ସୋମବାର ଠାରୁ ଆରମ୍ଭ ହୋଇଛି ଶ୍ରାବଣ। ଜାଣନ୍ତୁ କେଉଁ ରାଶି ପାଇଁ କି ଫଳ ପ୍ରାପ୍ତି ହେବ……
ମେଷ ରାଶି – ମେଷ ରାଶି ପାଇଁ ଖୁବ ଶୁଭ। ଧନସମ୍ପତି, ଟଙ୍କାପଇସା ନିବେଶରେ ଲାଭ,କର୍ମକ୍ଷେତ୍ରରେ ଉନ୍ନତି ହେବ।
ବୃଷ ରାଶି – କର୍ମକ୍ଷେତ୍ର ଓ ବେପାରରେ ଉନ୍ନତି ହେବ। ଅଟକି ଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଆର୍ଥିକ କ୍ଷେତ୍ରରେ ମଧ୍ୟ ଉନ୍ନତି ହେବ।
ମିଥୁନ ରାଶି – ଜୀବନସାଥୀଙ୍କ ସହ ସୁଖରେ ଦିନ ଅତିବାହିତ ହେବ। ଅବିବାହିତଙ୍କ ପାଇଁ ମଧ୍ୟ ଶୁଭଫଳ ପ୍ରାପ୍ତି ହେବ। ବିବାହରେ ଥିବା ବାଧା ଦୂର ହେବ।
କର୍କଟ ରାଶି – ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ସନ୍ତାନଙ୍କ କ୍ଷେତ୍ରରେ ଖୁବ ଶୁଭଫଳ ପ୍ରଦାନ କରିବ। ଶୁଭ ସମାଚାର ମିଳିବ। ପରିଶ୍ରମ ଫଳ ମଧ୍ୟ ମିଳିବ।
ସିଂହ ରାଶି – ସିଂହ ରାଶିଙ୍କ ପାଇଁ ମଧ୍ୟ ଶୁଭଫଳ ପ୍ରାପ୍ତି ହେବ। ସମ୍ପର୍କ ମଧ୍ୟରେ ଉତମ ବୁଝାମଣା ରହିବ। ବିଭିନ୍ନ କ୍ଷେତ୍ରରେ ଶୁଭଫଳ ମିଳିବ।
କନ୍ୟା ରାଶି – ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବ। ଧନ ପ୍ରାପ୍ତି ହେବ। ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଉତମ। କର୍ମକ୍ଷେତ୍ରରେ ସଫଳତା ମିଳିବ।
ତୁଳା ରାଶି – ବେପାର ପାଇଁ ଆପଣଙ୍କୁ ଶୁଭଫଳ ପ୍ରାପ୍ତି ହେବ। ବିଭିନ୍ନ ସୁଯୋଗ ମିଳିବ। ଧନ ଜନିତ ବାଧା ଦୂର ହେବ।
ବିଛା ରାଶି – ନୂଆ ଯାନ ଓ ଭୂମି କିଣିବାର ସଂଯୋଗ ରହିଛି। ଛାତ୍ରଛାତ୍ରୀଙ୍କ ପାଇଁ ଭାଗ୍ୟଶାଳୀ ସମୟ। କରଜରେ ଦେଇଥିବା ଧନ ପ୍ରାପ୍ତି ହେବ। ନିବେଶକରୀ ଲାଭବାନ ହେବେ।
ଧନୁ ରାଶି – କଳାକ୍ଷେତ୍ରରେ ଶୁଭଫଳ ପ୍ରାପ୍ତି ହେବ। ଧନ ଓ ଐଶ୍ୱର୍ଯ୍ୟ ପ୍ରାପ୍ତି ହେବ। ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବ।
ମକର ରାଶି – ଗୃହରେ ସୁଖଶାନ୍ତିର ବାତାବରଣ ପ୍ରବେଶ କରିବ। ଧନସମ୍ପତି ଜନିତ ସମସ୍ୟା ଦୂର ହେବ। ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉତମ ରହିବ।
କୁମ୍ଭ ରାଶି – କର୍ମକ୍ଷେତ୍ରରେ ଉନ୍ନତି ଘଟିବ। ବେପାରରେ ଥିବା ମାନ୍ଦା ଅବସ୍ଥା ଦୂର ହେବ। ମାତାପିତାଙ୍କ ମାନସିକ ଚିନ୍ତା ଦୂର ହେବ।
ମୀନ ରାଶି – ଜୀବନରେ ଥିବା ସମସ୍ୟା ଦୂର ହେବ। ଛାତ୍ରଛାତ୍ରୀଙ୍କ ପାଇଁ ଉତମ ଫଳ ମିଳିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories