ପୁଣି ଆମେରିକାରେ ଗଣହତ୍ୟା- ପୂର୍ବ ପତ୍ନୀଙ୍କ ସହ ୬ ଜଣଙ୍କୁ ଗୁଳି କରି ହତ୍ୟାକଲେ ବ୍ୟକ୍ତି

ନ୍ୟୁୟର୍କ- ଆମେରିକାରେ ବନ୍ଧୁକ କଟକଣା କୋହଳ ହୋଇଥିବାରୁ ଏଥିଯୋଗୁଁ ଅନେକ ଗଣହତ୍ୟା ହେଉଛି । ଶୁକ୍ରବାରରେ ତିନୋଟି ବନ୍ଧୁକ ସାଙ୍ଗରେ ଧରି ବୁଲୁଥିବା ବ୍ୟକ୍ତି ନିଜର ପୂର୍ବ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଏହା ସହ ସେଠାରେ ଥିବା ଅନ୍ୟ ୫ ଜଣ ସେହି ବ୍ୟକ୍ତିଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ।

ଆମେରିକାର ମିସସିପି ସହରରେ ଏହି ଗୁଳି କାଣ୍ଡ ଘଟିଛି । ତେବେ କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ତାହାର କାରଣ ଜଣା ପଡି ନାହିଁ । ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ଅଭିଯୁକ୍ତ ତାଙ୍କର ପୂର୍ବ ପତ୍ନୀକୁ ଗୁଳି କରି ହତ୍ୟା କରିବା ସହ ଅନ୍ୟମାନଙ୍କୁ ଗୁଳି କରିଥିଲେ । ଏଥିରେ ପୂର୍ବ ପତ୍ନୀଙ୍କ ବର୍ତ୍ତମାନର ପତି ଗୁରୁତର ହୋଇଥିବା ସ୍ଥାନୀୟ ପୁଲିସ ସୂଚନା ଦେଇଛି ।

ଅଭିଯୁକ୍ତ ତାଙ୍କର ସାବତ ବାପା ଏବଂ ଭଉଣୀକୁ ହତ୍ୟା କରିଥିବା ଜଣା ପଡିଛି । ଏହି ଘଟମାକୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ନିନ୍ଦା କରିଛନ୍ତି ।

Comments are closed.