ଭାରତ ଉପରେ କଟକଣା ନିଜ ଗୋଡ଼କୁ ନିଜେ ହାଣିବା ସହ ସମାନ : ଆମେରିକା ପ୍ରତିରକ୍ଷା ମନ୍ତ୍ରୀ

0

ନୂଆଦିଲ୍ଲୀ : ରୁଷ୍‍ର ସାମରିକ ରପ୍ତାନି ଉପରେ ଆମେରିକା ଅଙ୍କୁଶ ଲଗାଇବା ପରେ ଏହାର ସିଧାସଳଖ ପ୍ରଭାବ ଭାରତ ଉପରେ ପଡ଼ିବ ବୋଲି କୁହାଯାଉଛି। ଏହାକୁ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଜିମ୍‍ ମାଟିସ୍‍ ନାପସନ୍ଦ କରିଛନ୍ତି। ମାଟିସ୍‍ ଆମେରିକା ସଂସଦରେ କହିଛନ୍ତି ଯେ କଟକଣା ଯୋଗୁଁ ଭାରତ ପ୍ରଭାବିତ ହେବା ଆମେରିକା ଭାଇଁ ଶୁଭଙ୍କର ନୁହେଁ। ତେଣୁ ତତ୍କାଳ ପ୍ରଭାବରେ ଭାରତକୁ ଜାତୀୟ ସୁରକ୍ଷା ପାଇଁ ପ୍ରତିରକ୍ଷା ସାମଗ୍ରୀ ଓ ଯୁଦ୍ଧାସ୍ତ୍ର କିଣିବାକୁ ସ୍ୱାଧୀନତା ଦିଆଯାଉ। ଅଙ୍କୁଶ ଅନୁଯାୟୀ ରୁଷଠାରୁ କୌଣସି ଦେଶ ପ୍ରତିରକ୍ଷା ସାମଗ୍ରୀ ଓ ଯୁଦ୍ଧାସ୍ତ୍ର ଆମଦାନି କରିପାରିବେ ନାହିଁ। ଏଥିପାଇଁ ଆମେରିକାରେ ନୂଆ ଆଇନ ଅଣାଯାଇଛି। ଯେଉଁ ଦେଶ ରୁଷ୍‍ ଠାରୁ ପ୍ରତିରକ୍ଷା କିମ୍ବା ଗୁଇନ୍ଦା ସାମଗ୍ରୀ ଆମଦାନି କରିବ ସେହି ଦେଶ ଆମେରିକାର କଟକଣାର ସମ୍ମୁଖୀନ ହେବ। ରୁଷ୍‍ ଠାରୁ ୫ଟି ଏସ-୪୦୦ ଦୂରଗାମୀ କ୍ଷେପଣାସ୍ତ୍ର କିଣିବା ଲାଗି ଭାରତ ଚୁକ୍ତି କରିଥିବାବେଳେ ଆମେରିକାର ନୂଆ କଟକଣା ଯୋଗୁଁ ଏହା ଆଶଙ୍କା ମଧ୍ୟକୁ ଟାଣି ହୋଇଯାଇଛି। ଜେମ ମାଟିସ୍‍ ଆମେରିକା ସଂସଦରେ କହିଛନ୍ତି ଯେ ଦକ୍ଷିଣ ଏସିଆରେ ଭାରତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦେଶ। ଭାରତ ସବୁଠୁ ବଡ଼ ଲୋକତନ୍ତ୍ରର ଦେଶ ହୋଇଥିବାବେଳେ ସେଠାରେ ଆମେରିକାର ହିତ ରହିଛି। ଏଭଳି କଟକଣା ଭାରତ ଓ ଆମେରିକା ସର୍ମ୍ପକକୁ ଅଧିକ ତିକ୍ତ କରିବ। ଏହା ନିଜ ଗୋଡ଼କୁ ନିଜେ ହାଣିବା ପରି ହେବ। ଆମେରିକାଠୁ ଯୁଦ୍ଧାସ୍ତ୍ର ଓ ଡ୍ରୋନ୍‍ କିଣିବା ପାଇଁ ଭାରତ ଚୁକ୍ତି ସ୍ୱାକ୍ଷର କରିଥିବାବେଳେ କଟକଣା ଦ୍ୱାରା ତାହା ପ୍ରଭାବିତ ହେବାର ଆଶଙ୍କା ରହିଛି ବୋଲି ମାଟିସ୍‍ ସୂଚାଇ ଦେଇଛନ୍ତି।

Leave A Reply