www.samajalive.in
Monday, December 15, 2025
15.1 C
Bhubaneswar

ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କ ଥଇଥାନ କାର୍ଯ୍ୟ ତ୍ୱରାନ୍ୱିତ କରିବ ଆମେରିକା

ଡେସ୍କ : ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କ ଥଇଥାନ କାର୍ଯ୍ୟ ଆମେରିକା ତ୍ୱରାନ୍ୱିତ କରିବ । ଯେଉଁ ରୋହିଙ୍ଗ୍ୟା ଶରଣାର୍ଥୀମାନେ ବାଙ୍ଗଲାଦେଶରୁ ଯାଇଛନ୍ତି ସେମାନଙ୍କୁ ମଧ୍ୟ ଥଇଥାନ କରାଯିବ । ଏହାଦ୍ୱାରା ସେମାନେ ଆମେରିକାରେ ସେମାନଙ୍କର ଜୀବିକା ନିର୍ବାହ କରିପାରିବେ । ଆମେରିକା ବୈଦେଶିକ ବିଭାଗ  ରୁ ଜାରି ଏକ ପ୍ରେସ୍‍ ଇସ୍ତାହାରରେ ଏହା କୁହାଯାଇଛି । ମ୍ୟାଁମାରରୁ ରୋହିଙ୍ଗ୍ୟାମାନଙ୍କୁ ବଳପୂର୍ବକ ବିତାଡ଼ିତ କରାଯିବାର ୫ ବର୍ଷ ପରେ ଆମେରିକା ବୈଦେଶିକ ବିଭାଗ ଏହି ବିବୃତି ଜାରି କରିଛି ।
ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି ରୋହିଙ୍ଗ୍ୟା ଓ ବର୍ମାର ଶରଣାର୍ଥୀମାନଙ୍କୁ ସେମାନଙ୍କର ସ୍ୱାଧୀନତା ଓ ଗଣତନ୍ତ୍ରକୁ ଶକ୍ତିଶାଳୀ କରିବା ପାଇଁ ସଂଗ୍ରାମରେ ଆମେରିକା ସହାୟତା କରିବା ଜାରି ରଖିବ । ସେ କହିଛନ୍ତି ବର୍ମାର ପ୍ରତ୍ୟେକ ଶରଣାର୍ଥୀଙ୍କୁ ନ୍ୟାୟ ପ୍ରଦାନ ଓ ସେମାନଙ୍କର ଉତ୍ତରଦାୟିତା, ସେମାନଙ୍କ ପାଇଁ ଅର୍ଥନୈତିକ ଓ କୁଟନୈତିକ ଚାପ ପ୍ରୟୋଗ ଏବଂ ସେମାନଙ୍କ ମାନବାଧିକାରର ସୁରକ୍ଷା ସକାଶେ ଆମେରିକା ଏହାର ପ୍ରୟାସ ଜାରି ରଖିବ । ବାଙ୍ଗଲାଦେଶ ସରକାର ଓ ରୋହିଙ୍ଗ୍ୟାମାନଙ୍କୁ ଶରଣ ଦେଇଥିବା ଅନ୍ୟ ଦେଶର ସରକାରମାନଙ୍କ ପ୍ରତି ସମର୍ଥନ ଜଣାଇ ଶ୍ରୀ ବ୍ଲିଙ୍କେନ କହିଛନ୍ତି। ବର୍ମା, ବାଙ୍ଗଲାଦେଶ ଓ ଅନ୍ୟାନ୍ୟ ଅଞ୍ଚଳରେ ରୋହିଙ୍ଗ୍ୟା ସଂକଟ ଯୋଗୁଁ ଯେଉଁମାନେ ଅସୁବିଧା ଭୋଗ କରିଛନ୍ତି, ଆମେରିକା ସେମାନଙ୍କ ପାଇଁ ୧୭୦ କୋଟି ଡଲାର ଅର୍ଥ ସହାୟତା ପ୍ରଦାନ କରିଛି ।
ଗାମ୍ବିଆ ଦ୍ୱାରା ଆନ୍ତର୍ଜାତିକ ନ୍ୟାୟାଳୟରେ ଗଣହତ୍ୟା ନିୟମ ଅଧୀନରେ ମ୍ୟାଁମାର ବିରୁଦ୍ଧରେ ଦାଖଲ କରାଯାଇଥିବା ମାମଲାକୁ ଆମେରିକା ସମର୍ଥନ ପ୍ରଦାନ କରିଛି । ଏହି ବିବୃତିରେ କୁହାଯାଇଛି ଆନ୍ତର୍ଜାତିକ ଶାନ୍ତି ଓ ସୁରକ୍ଷା ନିୟମ ଅନୁସାରେ ଆମେରିକା ଜାତିସଂଘ ନିରାପତ୍ତା ପରିଷଦର ପଦକ୍ଷେପ ଗୁଡ଼ିକୁ ସମର୍ଥନ କରୁଛି ।
ଇତିମଧ୍ୟରେ ବାଙ୍ଗଲାଦେଶର କୋକ୍ସ ବଜାର ଅଞ୍ଚଳସ୍ଥିତ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ଥିବା ଶରଣାର୍ଥୀମାନେ ମ୍ୟାଁମାରର ରାଖାଇନ୍‍ ପ୍ରଦେଶରୁ ସେମାନଙ୍କୁ ବଳପୂର୍ବକ ବିତାଡ଼ିତ କରାଯିବାର ୫ ବର୍ଷ ପୂର୍ତ୍ତି ପାଳନ କରିଛନ୍ତି । ସଂପୂର୍ଣ୍ଣ ନାଗରିକତ୍ୱ ପ୍ରଦାନ ସହ ସେମାନଙ୍କୁ ସୁରକ୍ଷିତ ଭାବେ ଓ ସସମ୍ମାନେ ମ୍ୟାଁମାରକୁ ସ୍ୱେଚ୍ଛାକୃତ ଉପାୟରେ
ଫେରିବାକୁ ଦେବା ପାଇଁ ଦାବି କରି ସେମାନେ ରାଲି କରିଛନ୍ତି । ମ୍ୟାଁମାରର ସାମରିକ ସରକାର ୨୦୧୭ ଅଗଷ୍ଟ ୨୫ ତାରିଖରେ ରୋହିଙ୍ଗ୍ୟାମାନଙ୍କ ଉପରେ ଅତ୍ୟାଚାର କରିବା ପରେ ରାଖାଇନ୍‍ ପ୍ରଦେଶର ୭ ଲକ୍ଷ ୪୦ ହଜାରରୁ ଅଧିକ ରୋହିଙ୍ଗ୍ୟା ସଂପ୍ରଦାୟର ଲୋକ ଦେଶ ଛାଡ଼ି ପଳାୟନ କରିଥିଲେ । ସେମାନେ ବାଙ୍ଗଲାଦେଶରେ
ଶରଣାର୍ଥୀ ଭାବେ ଆଶ୍ରୟ ନେଇଥିଲେ ଓ କୋକ୍ସ ବଜାର ଅଞ୍ଚଳର ବିଭିନ୍ନ ଶରଣାର୍ଥୀ ଶିବିରରେ ରହିଥିଲେ । ବାଙ୍ଗଲାଦେଶରେ ବର୍ତ୍ତମାନ ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କ ସଂଖ୍ୟା ୧୦ଲକ୍ଷରୁ ଅଧିକ ହେବ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories